କବିତାର ରୂପ
କବିତାର ରୂପ
ଗୋଲାପ ଫୁଲ ପରି ସୁନ୍ଦର ରୂପ କବିତାର
ଦେହ ମଧ୍ୟେ ଶବ୍ଦ ସବୁ ପାଖୁଡାରେ ଭରପୁର
ଫୁଲପରି ବାସନାରେ ମହକେ ତା ଶରୀର
ଶବ୍ଦ ସବୁ ଉଡିଆସି ବସନ୍ତି କବିତା କୋଳର
କବିଟିଏ ଶବ୍ଦ ଖୋଜେ ଭାବି ଆପଣାର
ଲେଖୁ ଲେଖୁ ଲେଖିଦିଏ କବିତା କାହାର
କବିତାରେ ଜନ୍ମନିଏ କବିତା ସହର।।
ଜହ୍ନର ଜୋସ୍ନା ପରି କବିତା କୋମଳ
ପ୍ରେମ ପରି ଅସରନ୍ତି ଶବ୍ଦ ମାଳ ମାଳ
ଭାଷାର ଗଭୀରତାରେ କବିତାର ଘର
ଭସା ବାଦଲ ପରି ତା ବିସ୍ମୃତ ଶରୀର ରିମଝିମ୍ ବର୍ଷା ପରି ଶବ୍ଦ କବିତାର
କବିତା ତ ବସନ୍ତର ପହିଲି ଆସର
ମୃଦୁ ମଳୟ ପରି ବହେ ଗାଆଁଠୁ ସହର
କବିଟିଏ ଶବ୍ଦ ଖୋଜେ ଭାବି ଆପଣାର
ଲେଖୁ ଲେଖୁ ଲେଖିଦିଏ କବିତା କାହାର
କବିତାରେ ଜନ୍ମନିଏ କବିତା ସହର।।
ଝରଣା ପରି ନିର୍ମଳ କବିତା ଶରୀର
ଅଙ୍କାବଙ୍କା ଗତିପଥେ ଯାଏ ପ୍ରତିଥର
ନିରେଖି ପରଖି ଆଙ୍କେ ସୌନ୍ଦର୍ଯ୍ୟ କାହାର
ଶବ୍ଦ ସବୁ ଛାଣିଛାଣି ତୋଳୁଥାଏ ପ୍ରକୃତିର
କବିଟିଏ ଶବ୍ଦ ଖୋଜେ ଭାବି ଆପଣାର
ଲେଖୁ ଲେଖୁ ଲେଖିଦିଏ କବିତା ନିଜର
କବିତାରେ ଜନ୍ମନିଏ କବିତା ସହର।।
ରାସ୍ତାପରି ଲମ୍ବି ଥାଏ ଗାଆଁରୁ ସହର
ଚାରିଛକ ପରି ସଙ୍କେତ କବିତାର
କବିତା ମଣିଷର ଭାବନା ସହର
କେବେ ଗାଆଁ ଆମ୍ବତୋଟା ନଈପଠା
ପୁଣି କେବେ ଋତୁପର୍ଣ୍ଣାର ପ୍ରୀତି ଚିଠା
କେବେ ସିଏ ଗାଁ ଶୀତଳ ସମୀର
ପୁଣି କେବେ ଗ୍ରୀଷ୍ମର ନିଦାଘ ପ୍ରହାର
କବିଟିଏ ଶବ୍ଦ ଖୋଜେ ପଲ୍ଲୀରୁ ସହର
ଲେଖୁ ଲେଖୁ ଲେଖିଦିଏ ସବୁକିଛି ନିଜର
କବିତାରେ ଜନ୍ମ ନିଏ କବିତା ସହର।।
ନଈବଢି ପରି କବିତାର ଗତି ପ୍ରଖର
ସମୟ ସ୍ରୋତେ ଗଢିଦିଏ ପରିବର୍ତ୍ତନର ସ୍ୱର
କେବେ ସିଏ ଲେଖିଦିଏ କାହାଣୀ ଇତିହାସର
ପୁଣି କେବେ ଢାଙ୍କିଦିଏ କଳଙ୍କ ଚନ୍ଦ୍ରର
କବିଟିଏ ଶବ୍ଦ ଖୋଜେ ପୁରାଣରୁ ଇତିହାସର
ଲେଖୁ ଲେଖୁ ଲେଖିଦିଏ କବିତା ନିଜର
କବିତାରେ ଜନ୍ମନିଏ କବିତା ସହର।।
କୋଣାର୍କର ଭଗ୍ନମୁଖଶାଳା ପରି ରୂପ କବିତାର
ଚିତ୍ରିତ କଳାକୃତି ପରି ଶବ୍ଦ କବିତାର
ଧରମା ପରି ସତ୍ୟନିଷ୍ଟ ଶବ୍ଦସବୁ କବିତାର
କବିତା କେବେ ପୁଣି ମୁଖଶାଳା ମନ୍ଦିରର
ପୁଣି କେବେ ସାକ୍ଷୀ ମନ୍ଦିର ଇତିହାସର
କେବେ ପୁଣି ପ୍ରତିଛବି ପ୍ରେମ ବିଶ୍ୱାସର
ଶାନ୍ତି ପୁଣି କେବେ ବିଭୀଷିକା ଯୁଦ୍ଧର
କବିଟିଏ ଶବ୍ଦ ଖୋଜେ ଯୁଦ୍ଧରୁ ଶାନ୍ତିର
ଲେଖୁ ଲେଖୁ ଲେଖିଦିଏ କବିତା କୋଣାର୍କର
କବିତାରେ ଜନ୍ମନିଏ କବିତା ସହର।।
