STORYMIRROR

Amita Dash

Others Children

3  

Amita Dash

Others Children

କବିତା ପର୍ବକବିତା ସଂଖ୍ୟା ୧୫

କବିତା ପର୍ବକବିତା ସଂଖ୍ୟା ୧୫

1 min
187


ପ୍ରେମର ପରିଭାଷା ଦରକାର ହୁଏନା।

କି ଲୋଡା ଉପକ୍ରମ, ଉପସଂହାର ବର୍ଣ୍ଣନା।

ପ୍ରେମ ଚିର ଅମର, ଶାଶ୍ବତ ତାର ଗାରିମା।

ନା ଅଛି ପ୍ରେମରେ ଆରମ୍ଭ ନା ଶେଷ କାହାଣୀ ରଚନା।

ମା'ର ବାତ୍ସଲ୍ୟ ମମତା

ପିତାର ଶାସନ

ସ୍ଵାମୀ ,ସ୍ତ୍ରୀରେ କଳହ

ଭାଇଭଉଣୀ ର ଅନ୍ତରଦ୍ଵନ୍ଦ

ଗାଈ ତା ବାଛୁରୀ ଚାଟିବା

ପ୍ରେମର ପରିଭାଷା ୟାକୁ ହିଁ

କହିବା।

ଶୁନଶାନ୍ ଜହ୍ନ ଫୁଲିଆରାତି

ବିଜନେ ଏକାଠି ବସିଛନ୍ତି ଯୁବକ

ଯୁବତୀ।

କାକର ବିନ୍ଦୁରେ ଅଛି ଟୋପା ଟୋପା ମହୁଲି ପ୍ରିତୀ।

କହିଲ ଦେଖି କୋଉଠୁ ଆରମ୍ଭ

ପତିପତ୍ନୀ ର ପ୍ରିତୀ।

ଚତୁର୍ଥୀ ରାତିର ସୁଗନ୍ଧ ରାଜରୁ

ଛୁଆ ଙ୍କ ସୁସୁ ପଟି ସଫାରୁ!!

ପ୍ରେମର ପରିଭାଷା ସଂପୂର୍ଣ୍ଣ ନିଆରା।

ବୁଢ଼ାବୁଢ଼ୀ ବେଳେ, ନାତିନାତୁଣୀ ମେଳେ କାହାଣୀ ଛଳେ କୁହେ

ତୋ ବାପା ଜନ୍ମ ବେଳେ ତୋଜେଜେ ପ୍ରେମ କୁ ଲୁଚାଇ ଆଣେ ବରାଠୁଙ୍ଗା ଭିତରେ।

ଜେଜେ କୁହନ୍ତି ତୁମ ଜେଜିମା

କୋଉ ଗୁଣରେ କମ୍ ନୁହେଁ।

ସକାଳୁ ସକାଳୁ ଘର ଲୋକଙ୍କ ଆଗରେ ଲାଜରା କରେ।

ଏଠି ପରିଭାଷା ଲୁଚେ ଶାଶ୍ବତ ଚିରନ୍ତନ ପ୍ରେମେ।




Rate this content
Log in