କବିର ଜୀବନ
କବିର ଜୀବନ
କବିଟିଏ ସଦା ନିଶ୍ୱ ଅଟଇ
ଏ ଦୁନିଆ ବଡ ଦାଣ୍ଡରେ
ସ୍ୱାର୍ଥ ଅହଙ୍କାର ଛୁଏଁନାହିଁ କେବେ
କବି ହୃଦୟର ତଟ୍ଟ ପରେ ।
ଶବ୍ଦର ପଛରେ ଗୋଡାଇ ଗୋଡାଇ
ସମୟ ତା' ଯାଏ ସରି
ବାଟେ ଚାଲୁ ଚାଲୁ ଦେଖା ହେଲେ କିଏ
କଥା ପଦେ କହେ ହସିକରି ।
ସମସ୍ତଙ୍କୁ ଭାବେ ଆପଣାର ସିଏ
ବନ୍ଧୁ ସଖା ସହୋଦର
ତାଙ୍କରି ଭିତରୁ ଶବ୍ଦକୁ ସାଉଁଟେ
ଲେଖେ କବିତାର ସମ୍ଭାର ।
କେବେ ସିଏ ପଶେ ଅତୀତ ଗୁମ୍ଫାରେ
ନୂଆ କିଛି ଅନ୍ୱେଷଣେ
ପୁଣି କେବେ ଯାଏ ଭବିଷ୍ୟତେ ଚାଲି
ସବୁକିଛି ଯାଏ ଭୁଲି ।
କେମିତି ଚାଲଇ କବିର କଲମ
ମୃତ ଶବ୍ଦକୁ ସାଧା କାଗଜରେ
ଦିଅଇ ଜୀବନ
କେହି କେବେ ଦେଖିଛକି
କବି ଜୀବନର ଏହି ପରିଶ୍ରମ ।
ଶବ୍ଦର ସମ୍ଭାର ପଛେ କବି ଧାଏଁ
ଦିନ ରାତି ତାକୁ ଫରକ୍ ନଥାଏ
ଶବ୍ଦ ସମ୍ଭାରକୁ ସଜାଡୁ ସଜାଡୁ
ଦିନ ତାର ସରିଯାଏ ।
ଶବ୍ଦର ସମ୍ଭାର କରି ଏକତ୍ରିତ
ଦିଏ ତାକୁ ଜୀବନ୍ୟାସ
ନୂଆ ଚରିତ୍ରରେ କରଇ ଚିତ୍ରିତ
ସଜାଏ ତାକୁ ସେ ବଧୂଟି ବେଶରେ
ଖୁସି ମନେ ଟେକି ଦିଏ ପାଠକ ହାତରେ ।
ତେବେ ଯାଇ ଜନ୍ମନିଏ
ତା'ନୂତନ ସୃଷ୍ଟି
ସେତେବେଳ ଯାଏ କବି ଶବ୍ଦର ପଛରେ
ଲହୁ ଲୁହାଣ ହୋଇ ହେଉଥାଏ ଘାଣ୍ଟି ।
ଏତିକିରେ ସରେନାହିଁ
କବିର ଜୀବନ
କେତେବେଳେ ପାଠକ ଠାରୁ
ପାଏ ତିରସ୍କାର ତ
ପୁଣି କେତେବେଳେ ପାଏ ପୁରସ୍କାର
ଏଇତ କବିର ଅସଲି ଜୀବନ ।