Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.0  

Sadananda Sahoo

Others

କବି ତ ଅନେକ

କବି ତ ଅନେକ

1 min
6.7K


କବିତ ଅନେକ ଭଷାର ଦ୍ୟୋତକ

ସାହିତ୍ୟ ଆକାଶେ ଚାନ୍ଦ ;

ଆଉ କିଛି କଵି ବଣମଲ୍ଲୀ ସାଜି

ଅନ୍ଧାରୀ ମୁଲକେ ଅନ୍ଧ !!!

ଏକି ଅବିଚାର କେ ଦେବ ଉତ୍ତର

ମନେ ଉଠେ ପ୍ରଶ୍ନ ବାଚୀ ??

ସାହିତ୍ୟ ଜଗତ ଏ କଥାକୁ ହେଜ

ସହଯୋଗ ରଖ ରୁଚି !!!!!!

ସାହିତ୍ୟ ଅମୃତ ସର୍ବେ ପାନ କର

ଦିବ୍ୟଚକ୍ଷୁ ଖୋଲି ଯିବ ;;

ପକ୍ଷପାତି କିଛି କର ନାହିଁ ମୂର୍ଚ୍ଛି

ମନ୍ଦ ବୁଦ୍ଧି ବୃଦ୍ଧି ହେବ !!!

ନଵ ପ୍ରତିଭା ର ସମ୍ମାନ ସ୍ୱାକ୍ଷର

ସୁଦୂର ପ୍ରସାରୀ ବାର୍ତ୍ତା ;;

ମନ ଆକାଶ ରେ ଶୋଭିତ ଚକ୍ଷୁ ରେ

ପୁଷ୍ପ ଗୁନ୍ଥ୍ହେ ଧରି ସୂତା !!!!

କଵି ଯୋଗ୍ୟ ସୁତ ହୁଅଇ ପ୍ରତୀତ

ସମାଜ ର ବରପୁତ୍ର ;;

କିଛି ଅବଦାନ ଅମୃତ ସମାନ

ଆତ୍ମାର ପବିତ୍ର ଚିତ୍ର !!

ସଭିଏଁହସିଲେ ସାହିତ୍ୟ ର କୋଳେ

ହସିବତ ମାଆ ଭଷା ;;

କର ସୁବିଚାର ହେ ସମ୍ରାଟ ବର

ମେଣ୍ଟିବ ସୃଷ୍ଟିର ଆଶା !!!!

ଭଷା ପ୍ରୀତି ଭାବ କବିର ସ୍ୱଭାବ

ଲେଖନୀ ସର୍ବସ୍ୱ ଜାଣ ;;

କଵି ଆଙ୍କେ ଛବି ଦେଖି ଦୃଶ୍ୟ ରାଜି

ସୁଜିବାକୁ ପରା ଋଣ !!!

ବିଶ୍ୱାସ ଭାଜନ କୁଳର ନନ୍ଦନ

କଵି ହିଁ ପ୍ରତିଭା ବନ୍ତ ;;

ରଖଇ ମର୍ଯ୍ୟାଦା ସମାଜ ରେ ସଦା

ପ୍ରତୀକ୍ଷା ର ନାହିଁ ଅନ୍ତ !!!!

କହାକୁ ଆକ୍ଷେପ କରି ଲେଖି ନାହିଁ

କହୁଛି ମୁଁ ମିତ ସତ ;;

ସାହିତ୍ୟ ସଂସାରେ ଦୃଷ୍ଟି ଆଢୁଆଳେ

ପ୍ରତି ଛବି ମୋର ସୁପ୍ତ !!!


ସଦାନନ୍ଦ ସାହୁ ;; ଧୁରୁସିଆ ; ଆଠଗଡ ;; କଟକ ;


Rate this content
Log in