STORYMIRROR

Pabitra Sahu

Others Children

3  

Pabitra Sahu

Others Children

କଅଁଳ କଢ଼ି ଶିଶୁ

କଅଁଳ କଢ଼ି ଶିଶୁ

2 mins
241


କମଳ ପରି କୋମଳ ଶିଶୁ 

ଓଠ ଯୋଡ଼ିକ ନାଲି 

ଧରିକି ଟିକେ ଗେଲ କରିଲେ 

ହସେ ସେ ଖିଲି ଖିଲି। 

ଚନ୍ଦ୍ର ଉଦିଆ ମୁହଁ ଟି ତାର

କେତେ ଯେ ମନୋହର

ଗୋଲ୍ ଗୋଲ୍ ଆଖି ଚଞ୍ଚଳ କରେ

ଅନେଇ ଚଉପୂର ।     

ଗୁରୁଣ୍ଡି ଗୁରୁଣ୍ଡି ଗଲେ ତ ସିଏ 

କଇଁଛ ପରି ବୁଲି     

ଠୁକୁରୁ ଠୁକୁରୁ ଚାଲି ତାହାର 

ସତେ ରାଜହଂସ ଚାଲି ।  

ପିତା ମାତା ଯେ ଖୁସି ହୁଅନ୍ତି 

ଦେଖି ଶିଶୁର ଠାଣି     

ଦୁଃଖ ତ ସବୁ ଦୂର କରନ୍ତି 

ହସ ଦିଅନ୍ତି ବୁଣି ।    

ଶୋଇଥିଲେ ସେ ଭାରି ଶୀତଳ

ନିଦ ଭାଙ୍ଗିଲେ ରଡ଼ି    

ମାଆକୁ ତା'ର ଖୋଜେ ସେ ସଦା 

ନହେଲେ ତଳେ ଗଡ଼ି।    

କଥା ତାହାର କୋଇଲି କଣ୍ଠ

ଖଣ୍ଡି ଖଣ୍ଡିକା ଭାଷା

ଶୁଣିବ ସିଏ ଯେଉଁ କଥାକୁ 

କହିବା ପାଇଁ ଆଶା ।   

ଚିହ୍ନା ଲୋକଙ୍କ ପାଖକୁ ଧାଏଁ

ଅଚିହ୍ନା ଲୋକଙ୍କୁ ଡର

ସ୍ନେହ ଆଦର କରିଲେ କେହି 

ପରକୁ ଭାବେ ନିଜର।   

ସଂସ୍କାର ଦେଇ ଗଢ଼ିବ ସେଇ 

କଅଁଳ ମାଟି ପିଣ୍ଡୁଳା 

ସେହି ପ୍ରକାରେ ବଢିବ ସିଏ 

ନ ହେଇ ଅବହେଳା ।    

ଛୋଟ ଶିଶୁକୁ ଜ୍ଞାତ ନଥାଏ

କେଉଁଟା ଭଲ ମନ୍ଦ    

ଉତ୍ତମ ଶିକ୍ଷା ପାଇଲେ ଶିଶୁ

ହୋଇବ ଦିନେ ଚାନ୍ଦ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍