STORYMIRROR

Ajit Kumar Raut

Others

3  

Ajit Kumar Raut

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
395

ଏକାଦଶୀ ଠାରୁ ପଞ୍ଚୁକ ସ୍ନାନ 

ସବୁ ପାପ ହରି ଦିଏ

ଭକ୍ତିରେ ପାଳନ କରନ୍ତି ପଞ୍ଚୁକ

ପାପର ବିନାଶ ହୁଏ।


   ଏକାଦଶୀ ଠାରୁ ଶଙ୍ଖନାଦ ଶୁଭେ

   ହୁଳହୁଳି ପୁଣି ତହିଁ

   ନଦୀ ପୁଷ୍କରିଣୀ ଭକ୍ତିମୟ ହୁଏ

   ମହିଳାଙ୍କ ମେଳି ତହିଁ।


ପ୍ରଭାତୁ ଉଠିଣ ନଦୀ ତୁଠେ ଯାଇ 

କରନ୍ତି ପଞ୍ଚୁକ ସ୍ନାନ

ଭକ୍ତିରେ କରନ୍ତି ନାରାୟଣ ପୂଜା

ଭକ୍ତିପୂତ କରି ମନ।

  

  କେହୁ ନାରୀ କରେ କାର୍ତ୍ତିକ ସ୍ନାହନ

  କାର୍ତ୍ତିକ ମାସଟି ସାରା

  ଏକାଦଶୀ ଠାରୁ ପଞ୍ଚୁକ ସ୍ନାହନ

  କରେ କେଉଁ ନାରୀ ପରା।


ବିଧାନ ରହିଛି ହବିଷ ଗ୍ରହଣ 

କରନ୍ତିଟି ସେହୁ ଥରେ  

ଅତି ହିଁ କଠିଣ ପଞ୍ଚୁକ ସ୍ନାହାନ

ହବିଷ ଭଜନ ଥରେ।

  ହରେ ହରେ ପ୍ରଭୁ ନାମ ଜପାମଳି

  ଲକ୍ଷ୍ମୀ ଠାକୁରାଣୀ ଭକ୍ତି

  ସୂର୍ଯ୍ୟ ଦେବଙ୍କର ଆରାଧନା ପୁଣି

  ଜଗନ୍ନାଥ ପଦେ ଭକ୍ତି।


ଆମିଷ ଭୋଜନ ବର୍ଜନ ହୁଅଇ 

ହବିଷର ହିଁ ଭୋଜନ

ପବିତ୍ର ମାସରେ ପ୍ରଭୁ ଆରାଧନା

କରେଟି ପୂର୍ଣ୍ଣର ଦାନ।


  ରାସ ପୂର୍ଣ୍ଣିମା ବା କୁଆଁର ପୂର୍ଣ୍ଣିମା

  ନାମରେ ବିଖ୍ୟାତ ଏହୁ

  ପାପ ଛୁଟି ଯାଏ ଧର୍ମ ଆଗମନ

  ପ୍ରଭୁଙ୍କ ବଚନ ଏହୁ।


ଡ଼ଙ୍ଗାକୁ ନିର୍ମାଣ କରେ ସେହୁ ଯତ୍ନେ 

କଦଳୀ ଗଛରୁ ସେହୁ

ଗୁଆ ପାନ ରଖି ତାହରି ଉପରେ

ଦୀପ ଜାଳି ଦେଏ ସେହୁ।


  ସ୍ନାନ ଅର୍ଦ୍ଧ ରାତ୍ରୁ ଜପି ଜଗନ୍ନାଥେ

  ଡ଼ଙ୍ଗା ଛାଡ଼ି ଦିଏ ନୀରେ

  ନାରାୟଣ ନାମ ହୃଦୟ ରଖିଣ

  ଡ଼ଙ୍ଗା ଛାଡ଼ି ଦିଏ ଧୀରେ।


ମିଶିଣ ମହିଳା ଚଉଁରା ନିର୍ମାଣ 

କରନ୍ତି ବାଲୁରେ ସେହୁ

ତୁଳସୀ ଗଛକୁ ସ୍ଥାପନା କରନ୍ତି 

ଭକ୍ତିଭାବ କରି ସେହୁ।


  ପୂଜନ କରନ୍ତି ଭକ୍ତି ମନେ ସେହୁ

  ମେଳି ହୋଇଣ ମହିଳା

  ଧୂପ ଦୀପ ପୁଣି ନୈବେଦ୍ୟ ଦେଇଣ

  କରନ୍ତି ପ୍ରଭୁଙ୍କ ମେଳା।


ନଦୀର ପୂଜନ ସାରି ନରନାରୀ 

ମନ୍ଦିରେ ତାଙ୍କ ଗମନ

କୃଷ୍ଣ ରାଧା ଭକ୍ତି କରନ୍ତି ଭକ୍ତିରେ

ଶିବଙ୍କ ପଦେ ଦର୍ଶନ।


  ଶିବଙ୍କ ପୂଜନ କରନ୍ତି ଭକ୍ତିରେ

  ଜଗନ୍ନାଥ ହିଁ ଶରଣ

  ଲକ୍ଷ୍ମୀ ଠାକୁରାଣୀ ପୂଜନ୍ତି ଭକ୍ତିରେ

  କାର୍ତ୍ତିକ ମାସ ପାର୍ବଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍