କାଗଜ ଫୁଲ
କାଗଜ ଫୁଲ


କାଗଜ ଫୁଲର ହସ ସୁନ୍ଦର,
ସଭିଏଁ କରନ୍ତି ତାକୁ ଆଦର।
ବାସହୀନ କିନ୍ତୁ ରୂପ ସୁନ୍ଦର,
ଧରଣୀ ମଥାରେ ଯଥା ସିନ୍ଦୁର ।
କାଗଜ କଲମ ହେଲେ ମିଳନ,
ଗଳ୍ପ କବିତାର ହୁଏ ସୃଜନ ।
କାଗଜରେ ପଠାଯାଏ ସନ୍ଦେଶ,
ଖବର ଛାପେ ସେ ଦେଶ ବିଦେଶ।
ପଢି ନଜାଣଇ ଯିଏ କାଗଜ,
ନିରକ୍ଷର ବୋଲି କହେ ସମାଜ।
କାଗଜ ଆଗରୁ ଥିଲା ଯେ ପୋଥି,
କଲମ ବଦଳେ ଲେଖନୀ ସାଥି।
ଚରିତ୍ର ଧଳା କାଗଜ ସମାନ,
ଦାଗ ଲାଗିଗଲେ ଘୃଣ୍ଣ୍ୟ ଜୀବନ।
ମାନବ ଜୀବନେ ଅତି ଦରକାରୀ,
ସବୁରି କାମରେ ପଡେ ଜରୁରୀ ।