ଜୟ ଜଗନ୍ନାଥ, ଓଡ଼ିଆର ନବ ବର୍ଷ
ଜୟ ଜଗନ୍ନାଥ, ଓଡ଼ିଆର ନବ ବର୍ଷ
ବିଷୁବ ରେଖାର ଉତ୍ତରକୁ ସୂର୍ଯ୍ୟଙ୍କ ଆଗମନ
ଛଅ ମାସ ପାଇଁ ଆଜିଠୁ ଆରମ୍ଭ ହୁଏ ଉତ୍ତରାୟଣ
ନୂତନ ବରଷ ଆରମ୍ଭ, ନାମ ତା ବିଷୁବ ସଂକ୍ରାନ୍ତି
ନୂତନ ପଞ୍ଜିକା ଗଣନା ଆଜିଠୁ, ଆମ ସଂସ୍କୃତି
ପଣାସଂକ୍ରାନ୍ତି ତିଆରି ହୁଅଇ କେତେ ରକମର ପଣା
କୃଷିର ପରବ ଖୁସି ମନ ଚାଷ ପାଇଁ ହୁଏ ଗଣା
ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ତିଥି,
ଆମ ହିନ୍ଦୁଙ୍କର ନବବର୍ଷ ଅତିଥି,
ବିଷୁବ ସଂକ୍ରାନ୍ତି ଦିନଠୁ ନବବର୍ଷ
ଝାଞ୍ଜି ପବନେ, ଗ୍ରୀଷ୍ମ ଋତୁ, ପ୍ରବେଶ
ବୈଶାଖ ମାସେ ଗ୍ରୀଷ୍ମ ଋତୁ ଆଗମନ
ବହୁଛି ହାଲକା ହାଲକା ଝାଂଜି ପବନ
ହେ ନବ ବରଷ, ଓଡ଼ିଆର ସ୍ପନ୍ଦନ,
ପଣା ସଙ୍କରାନ୍ତି ଉନ୍ମାଦନାର ଦିନ
ପରବ ଏଇ ପରା ପଣା ସଙ୍କ୍ରାନ୍ତି.
ପ୍ରେମ ମଞ୍ଜି ବୁଣି ଦେଇ ଯାଆନ୍ତି
ନବ ବର୍ଷର ଗୋଟିଏ ତ ଭାବ,
ସୃଷ୍ଟି କରିବ ଭାଇ ଚାରା ଭାବ
ଭାଇଚାରା ଭାବ ସୃଷ୍ଟି କରିବା ଆଶା,
ଆଣେ ନବ ବର୍ଷ, ଏକ ନୂଆ ଭରଷା
ଓଡ଼ିଆ ନବବର୍ଷକୁ ସ୍ବାଗତ ମୋର ,
ଘେନ ସ୍ୱାଗତମ୍ ହେ ନୂଆ ବରଷ ମୋର
ଆଜି ଏ ମଧୁଲଗ୍ନରେ ଅବତରି ଆସ
ଧରଣୀ ପୃଷ୍ଟକୁ ସ୍ୱାଗତ ହେ ନବବର୍ଷ
ପୁରୁଣା ଯାଇ ନୂତନ ପଞ୍ଜିକା, ଏହି ଦିନ
ନବ ବର୍ଷ ପାଳିତ ହୁଏ ପଣା ସଙ୍କରାନ୍ତି ଦିନ
ଆମରି ଲକ୍ଷ୍ୟ କୁସଂସ୍କାର କରି ଦୂର,
ରାଷ୍ଟ୍ର ଗଠନରେ ଆମେ ହେବା ତତ୍ପର
ମନ ଖୁସିରେ ନାଚୁ, ଆମ ଉତ୍ସବର ଦିନ
ହେ ନବ ବର୍ଷ, କର ତୁମେ ଆଗମନ
ସର୍ବ ମନରେ ଆସୁ ସମସ୍ତ ସୁଖ ଶାନ୍ତି
ଉଙ୍କି ମାରୁ ମୁହେଁ ଶାନ୍ତିର ବିମଳ ଜ୍ୟୋତି
ହଟି ଯାଉ ଯେତେ ଦୁଃଖ ଅନ୍ଧାରର ରାତି
ନୂତନ କିରଣେ ଭରି ଦେବା ପ୍ରେମର ତାତି
ପେଟ ପାଇଁ ଭରିଦିଅ ସମସ୍ତଙ୍କୁ ମୁଠେ ଦାନା
ଆଶା, ପିନ୍ଧିବାକୁ ଯୋଗାଇବ ତ ଖଣ୍ଡେ କନା
ଭରି ଦିଅ ସ୍ନେହ,ପ୍ରୀତି ଡୋର,ବଳ ଏକତାର
ନେଇ ଯାଅ ଯେତେ କୁତ୍ସିତ ଭାବନାକୁ ମୋର
ନବବରଷ ହେ କରେ ମୁଁ ଅଭିନନ୍ଦନ
ଆଣି ଦିଅ ଶୁଭ ଶାନ୍ତି ସୁଖ ସମୃଦ୍ଧିର ଦିନ
ଆଶା ଅଛି, ନୂତନ ଭାବନା କର ଜାଗରଣ
ପ୍ରଗତିର ପଥେ ବାହି ନିଅ, ନୂତନତା ବିତରିଣ
ହଟାଅ ସମସ୍ତ ଅବିଶ୍ବାସ ଛଳନାର ବିଷକୁ
ଦୂର କର, ଉଚ୍ଚ ନୀଚ ମଧ୍ୟରେ ପ୍ରଭେଦକୁ
ମୋ ଦେଶ, ପ୍ରାନ୍ତ, ପର୍ବତ ବିଲ, ବଣ ଭୂଇଁ
ଭାବନା ଆସୁ ମନେ ସବୁକୁ ସୁରକ୍ଷିତ ରଖିବା ପାଇଁ
ସମସ୍ତ ହୃଦୟରେ ଭରିଦିଅ ଅସୀମ ସୁଖ ଶାନ୍ତି
ତୁମ ସ୍ପର୍ଶେ ଜନ ଜୀବନେ ହସିଉଠୁ ମୈତ୍ରୀ ପ୍ରୀତି
ନରହୁ ଯନ୍ତ୍ରଣା, ଛଳନା, ଆସ ଅହିଂସା ବାର୍ତ୍ତା ନେଇ
ଆଲୋକେ ଆଲୋକିତ କର ସବୁରି ଜୀବନ ପାଇଁ
ଏ ନବ ବରଷେ ସମସ୍ତଂକ ସ୍ୱାସ୍ଥ୍ୟ ରହୁ ସୁସ୍ଥ
ମୋର କାମନା ଧନ ଜନ ପ୍ରାଣ ରହୁ ସୁରକ୍ଷିତ ll
ପବିତ୍ର ମହା ବିଷୁବ ସଂକ୍ରାନ୍ତି,
ମହାବୀର ହନୁମାନଙ୍କ ଜୟନ୍ତୀ ଓ
ଓଡ଼ିଆ ନବ ବର୍ଷ ଅବସରରେ
ଆମ ସମସ୍ତ ଓଡିଆ ମାନଙ୍କୁ
ଆନ୍ତରିକ ଶୁଭେଚ୍ଛା ଜଣାଉଛି
ଆସିଛି ଆଜି ନବ ବରଷ,
ଭରୁ ମନେ ହସ ଉଲ୍ଲାସ,
ହିଂସା ଭାବ ମନରୁ ତ୍ୟାଗ ହେଉ
ହୃଦୟେ ପ୍ରେମ ଭାବ ଭରି ଦେଉ
ନୂତନ ବରଷ ମଧୁମୟ ହେଉ
ଓଡିଆର ସବୁ ଦୁଃଖ ଦୂର ହେଉ
ବାର ମାସେ ତେର ପର୍ବ ଓଡ଼ିଶାର ପ୍ରଥା
ବିଶ୍ୱେ ରହିଅଛି ଏହି ବିଶ୍ୱାସ ଆନନ୍ଦର କଥା
ଓଡ଼ିଆ ଭାଷାର ଉନ୍ନତି ପାଇଁ ଲାଗିବା
ଓଡ଼ିଆ ଭାବରେ ଶପଥ ନେବା,
ଓଡିଆ ସଂସ୍କୃତିର ଟେକ ରଖିବା ll
