STORYMIRROR

Priyabrata Mohanty

Children Stories Tragedy Inspirational

3  

Priyabrata Mohanty

Children Stories Tragedy Inspirational

ଜରି ଗୋଟାଳି

ଜରି ଗୋଟାଳି

1 min
212

 


ଅଶିକ୍ଷିତ ପରିବାର  ନାହିଁ କିଛି ରୋଜଗାର

ବୟସ ହୋଇନି ଅଠର,

କୁନି କୁନି ଦୁଇ କର  ଟେକୁଥାଏ ବୋଝଭାର

ଭୋକରେ ଜଳୁଛି ଉଦର ।।


ଚାଲୁ ଥାଏ ଜୋତା ବିନା  ଚିର ଫଟା ପିନ୍ଧା କନା

ଦୁର୍ଗନ୍ଧ ବି ଦେହ ବାସନା,

କଷ୍ଟ ପାଇ କରିନିନା  ଅଳିଆ ତା ପାଇଁ ସୁନା

ନର୍ଦ୍ଦମାରେ ହୁଏ ଅସନା ।।


ପାହାନ୍ତାରୁ ଛାଡ଼େ ଘର  ହୋଇଥାଏ ବାର ଦ୍ୱାର

ଜରି ଉପରେ ତା ନଜର,

ହୋଇଗଲେ ଅନ୍ଧକାର  ଫେରି ଆସେ ତର ତର

ଜରି ଗୋଟାଳି ନାମ ତାର ।।



Rate this content
Log in