ଜରି ଗୋଟାଳି
ଜରି ଗୋଟାଳି
1 min
208
ଅଶିକ୍ଷିତ ପରିବାର ନାହିଁ କିଛି ରୋଜଗାର
ବୟସ ହୋଇନି ଅଠର,
କୁନି କୁନି ଦୁଇ କର ଟେକୁଥାଏ ବୋଝଭାର
ଭୋକରେ ଜଳୁଛି ଉଦର ।।
ଚାଲୁ ଥାଏ ଜୋତା ବିନା ଚିର ଫଟା ପିନ୍ଧା କନା
ଦୁର୍ଗନ୍ଧ ବି ଦେହ ବାସନା,
କଷ୍ଟ ପାଇ କରିନିନା ଅଳିଆ ତା ପାଇଁ ସୁନା
ନର୍ଦ୍ଦମାରେ ହୁଏ ଅସନା ।।
ପାହାନ୍ତାରୁ ଛାଡ଼େ ଘର ହୋଇଥାଏ ବାର ଦ୍ୱାର
ଜରି ଉପରେ ତା ନଜର,
ହୋଇଗଲେ ଅନ୍ଧକାର ଫେରି ଆସେ ତର ତର
ଜରି ଗୋଟାଳି ନାମ ତାର ।।
