ଜନ୍ମ ମାଟିର ବାସ୍ନା
ଜନ୍ମ ମାଟିର ବାସ୍ନା
1 min
208
ଜନ୍ମମାଟିର ବାସ୍ନା ସତରେ ନିଆରା
ଥିଲେ ଯେତେ ଦୂରେ ଅଭୁଲା
ତାରୂପଚିତ୍ରର ଚାରୁ ମୂର୍ଚ୍ଛନା
ସ୍ମୃତି ଗନ୍ତାଘରେ ଚିର ସବୁଜ
ମନେପଡେ ତା ଭୂମିରୁ ଭୂମାର
ମହକ ନୈସର୍ଗିକ
ତା ପ୍ରତ୍ୟୁଷ ଆରମ୍ଭ ଶାଶ୍ୱତ ପ୍ରୀତିରେ
ଯେବେ କମଳ ବାନ୍ଧବ
ଛୁଇଁଯାଏ ତା ନବନୀତ ତନୁ
ସିରିସିରି ଅମାନିଆ ଗନ୍ଧବହ
ଚୁମେ ତାର ବୁକୁ
ତାର ଆବାଳ ବୃଦ୍ଧ ବନିତା
କେତେ ଦୁଃଖ ସୁଖ ସହି
କର୍ମ ଜଞ୍ଜାଜେରତ
ମନେପଡେ ମନ୍ଦିର ବେଢାରେ
ଝରା ଶେଫାଳିର ଭୁରୁଭୁରୁ ମହକ
ପ୍ରକୃତି ତନୟା ତଟିନୀର
ଶୋଭା ବିଭବ ଅପାସୋରା
ତାର ଦୁଇ ପଥ ଧାରେ
ଆମ୍ରକୁଞ୍ଜେ ପରଭୃତର କୁଜନ
ସାଥେ ବକୁଲର ମହକ
ସତେ ଅବା ନନ୍ଦନ ବନର ଶିରି ।
