ଜନମ ଭୂଇଁ ଏ' ମାଟି ମାଆ
ଜନମ ଭୂଇଁ ଏ' ମାଟି ମାଆ


ଜନମ ଭୂଇଁ ଏ' ମାଟି ମାଆ ମୋର ସରଗ ତା' ସରିନୁହେଁ,
ଗଗନ ପବନ ଧୂଳି-ମାଟି ଆଜି ଭାରତ ମହିମା ଗାଏ ।(ଘୋଷା)
ନାଚି ନାଚି ଯାଏ ଟିକି ଝରଣାଟି କାଚକେନ୍ଦୁ ଜଳଦେଇ,
ନାହିଁ ଭେଦଭାବ ତା' ମନେ ଗରବ ସଭିଙ୍କୁ ଯାଏ ସେ ଛୁଇଁ ।
ଭାରତ ଜନନୀ ଗୌରବ କାହାଣୀ କାନେ କାନେ କହିଯାଏ ।
ଜନମ ଭୂଇଁ ଏ' ମାଟି ମାଆ ମୋର ସରଗ ତା' ସରିନୁହେଁ । (1)
ମୋର ଜନନୀର ନଦୀ ଗଳାହାର ଜାଣେନା ସେ ଧର୍ମ ଜାତି,
ଜଣଙ୍କର ନୁହେଁ ସଭିଙ୍କର ସିଏ ଏହି ମୋ ମାଆର ନୀତି ।
ଏ' ଦେଶର ପାଇଁ ଅମୃତ ବରଷି କାଳିମାକୁ ଧୋଇନିଏ ।
ଜନମ ଭୂଇଁ ଏ' ମାଟି ମାଆ ମୋର ସରଗ ତା' ସରି ନୁହେଁ ।(2)
ରତନ ଭଣ୍ଡାର ମୋ ଦେଶ ସାଗର ଛୁଇଁଛି ଚରଣ ତା'ର,
କେତେ ଛୋଟବଡ଼ ପର୍ବତ ପାହାଡ଼ ମାଟି ମାଆ ଗନ୍ତାଘର ।
ଜନମ ଭୂଇଁ ଏ' ମାଟି ମାଆ ମୋର ସରଗ ତା' ସରି ନୁହେଁ । 3)