Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଜୀବନ ପଥ

ଜୀବନ ପଥ

1 min
532


ଜୀବନ ମରଣ ସତ୍ୟ ଚିରନ୍ତନ

ଆରୋହରୁ ଅବରୋହ

ଜନମରୁ ଜୁଇ ଯୋଉତକ ପଥ

ଖାଲି କରୁ ଆମେ ଅଭିନୟ ।


ଜୀବନ ପଥରେ ଚାଲୁ ଚାଲୁ ବାଟ

ଦେଖା ହୋଇଥାଏ କେତେ ବାଟୋଇଙ୍କ ସାଥେ

କିଏ ଚାଲେ ଆମ ହାତେ ହାତ ଥାପି

ପୁଣିକିଏ ଛାଡିଚାଲିଯାଏ ଜୀବନ ଯନ୍ତ୍ରଣା ପଥେ ।


ଜୀବନଟା ବନ୍ଧୁ ମାଟି କଣ୍ଢେଇ ଟେ

କେତେବେଳେ ଯିବ ଭାଙ୍ଗି

ଯେତେ ଝଡ ଝନ୍ଜା ଆସୁବି ଜୀବନେ

ପଡନାହିଁଁ କେବେ ଭାଙ୍ଗି।


ବେଳେ ବେଳେ ସ୍ୱପ୍ନ ସବୁ ଆମ

ହଜି ଯାଇଥାଏ କେଉଁ ଅତୀତ ପୃଷ୍ଠା ରେ

ତଥାପି ଆମକୁ ଚାଲିବାକୁ ହୁଏ

ନିଜ ଶବଟିକୁ ନିଜେ ବୋହି ନିଜ କାନ୍ଧରେ ।


ବୁଢିଆଣି ଜାଲପରି ବନ୍ଧୁ ଆହା

ଆମ ଏ ହୃଦୟ ଭଣ୍ଡାର ଘର

ଯେତେ ଦୁଃଖ ଆସୁ ବୁକୁରେ ସାଇତି

ବାଣ୍ଟ ପ୍ରୀତି ର ଝଙ୍କାର ।


ଆସ ବନ୍ଧୁ ଆମେ ମାଟି ପରି ହେବା ସର୍ବସଂହା

ପୃଥିବୀ ପରି ଉଦାର

ସମୁଦ୍ର ପରି ବିଶାଳ ହୃଦୟେ

ବାଣ୍ଟିବା ପ୍ରୀତି ର ଅଭିର ।


ଦୁଃଖ ସୁଖର ଏ ସଂସାର ସାଗରେ

ଦୃଢ଼ ହୋଇବା ପର୍ବତ ସମ

ନଦୀ ପରି ଗଡି ଚାଲିବା ଆଗକୁ

ଭରି ସବୁରି ହୃଦୟେ ପ୍ରେମ ।


ମମତା ମଞ୍ଜରୀ ଦାସ,ବାଲିସାହି,ନୂଆପଡା, କଟକ ୭୫୩୦୧୦

୯୭୭୭୪୭୩୨୭୭


Rate this content
Log in