Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଜୀବନ ବନ୍ଧୁ

ଜୀବନ ବନ୍ଧୁ

1 min
208


  

     


ଜୀବନର ଗତି ପାଗଳ ପ୍ରାୟ

ତଥାପି ଆସ, ଜୀବନ ସହିତ ଯାତ୍ରା କରିବା

ଜୀବନକୁ ସମ୍ପୂର୍ଣ୍ଣ ଜାଣିବା

ଜୀବନ ସହିତ ବନ୍ଧୁ ବାନ୍ଧିବା

ଜୀବନକୁ ପ୍ରାଣ ଦେଇ ପ୍ରେମ କରିବା ।


କେତେବେଳେ ଦୁଃଖ କେତେବେଳେ ସୁଖ

ଦୁଃଖ ଟିକେ ଲାଗି ଲାଗି ରହିବ

ସୁଖ ଏଇ ଆସିବ , ଏଇ ଯିବ

ସୁଖର ସଂଜ୍ଞା ବୁଝିବା ପୂର୍ବରୁ ସୁଖ ନଥିବ

ତଥାପି ଖୁସି ହେବାକୁ ହେବ

ଆମେ ବଞ୍ଚିଛୁ,ଆମର ଜୀବନ ସୁରକ୍ଷିତ।


ଜୀବନ ଯେଉଁଠି,ସେଇଠି ଯନ୍ତ୍ରଣା

ଜୀବନର ସଂଜ୍ଞା ହିଁ ଯନ୍ତ୍ରଣା,ସଂଘର୍ଷ ଯନ୍ତ୍ରଣା

ବଞ୍ଚିଥିଲେ ହିଁ ଯନ୍ତ୍ରଣା ସହ୍ୟ

ମୃତ୍ୟୁ ଜାଣେନା,ଯନ୍ତ୍ରଣା କ'ଣ !


ଜୀବନ ଚଲାପଥରେ ଯାହା ବି ମିଳୁଛି

ଏକାଠି ସଂଗ୍ରହ ବିଧେୟ

ସବୁ ସୁଖ-ଶିରୀ ଦାନ କରି ବଞ୍ଚିବା

ନୁହେଁ ଯୁକ୍ତିଯୁକ୍ତ ଓ ଯଥାର୍ଥ।


ବାଲି-ଗଦାରୁ ବାଲି ଯେପରି ଖସୁଛି

ଜୀବନର ମୁହୂର୍ତ୍ତ ବି ସେପରି,ଅତିବାହିତ ହେଉଛି

ମୁହୂର୍ତ୍ତ ଅତିବାହିତ କିପରି ହେଉଛି

ଆମ ପସନ୍ଦ ଉପରେ ନିର୍ଭର କରୁଛି।


ଜୀବନ ସହିତ ହାତ ମିଶାଇବା

ଜୀବନକୁ ବନ୍ଧୁ କରିବା

ଜୀବନର ସବୁ କଥା ଜାଣିବା ଶୁଣିବା

ଜୀବନକୁ ନିଜ କଥା ବି କହିବା।

ଜୀବନ ସହିତ ଭାବ ରଖି ,ଭାବରେ ବଞ୍ଚିବା।



Rate this content
Log in