ଜହ୍ନ
ଜହ୍ନ
ଅମାନିଆ ଭାରି ଏଇ ଚଗଲା ମନଟା
ହେଉ ନାହିଁ ତିଳେ ହେଲେ ଥୟ
ଦେଖୁ ନାହିଁ ଆଗପରି ଆକାଶେ ଜହ୍ନକୁ
ହା ହୁତାଶେ ଜଳୁଛି ହୃଦୟ ।
ଯାଇଛି ସେଦିନ ଚାଲି ଦୂର ବହୁଦୂର
ଜହ୍ନମାମୁଁ ଆଜି ସାତ ପର
କାହ୍ନୁ ପାଇଁ ନାହିଁ ଦୁଧ ଭାତ ଗୋଳା
ଛେନା ପୁଳି ଲବଣୀ ବା ସର ।
ମାଆ ଡାକେ ଝରୁଥିଲା ମହୁ ସତେ
କି ସୁନ୍ଦର ଲାଗୁଥିଲା ମାମୁଁ ପ୍ରବୋଧନା
ରେଶମୀ ରଙ୍ଗୀନ ଛତା ମୁଣ୍ଡକୁ ପଗଡ଼ି
ପାଦେ ଯୋତା ନାଲି ନାଲି ଶୁଆଥଣ୍ଟ ଜାମା ।
କୁରୁକ୍ଷେତ୍ର ଏ ଜୀବନ ସଂଗ୍ରାମରେ
କାହ୍ନୁ ଏବେ ଜର୍ଜରିତ ହାତେ ନାହିଁ ଅସ୍ତ୍ର
ଚଉପାଶେ ଘେରିରହି ସପ୍ତ ମହାରଥୀ
ଅଭିମନ୍ୟୁ କୁମାରଙ୍କୁ କରନ୍ତି ପ୍ରହାର ।
ଦିଶାହୀନ ଆଜି ସବୁ ଉଚ୍ଚ ଶିକ୍ଷା ଦୀକ୍ଷା
ଅସମ୍ଭବ ଯୁବା ଅପଂ।କ୍ତେୟ
ଅବୋଧ ଯୈ।ବନ ଯଜ୍ଞ ନିରୂପାୟ
ଶ୍ରୀକୁମରମଣି କାର୍ତ୍ତିକେୟ ।
ଆପଣାର ଲୋକ ସ୍ନେହ ଶ୍ରଦ୍ଧା ହୀନ
ସ୍ୱ।ର୍ଥପର ଲାଗନ୍ତି ଅଚିହ୍ନା
ସାତତାଳ ପାଣି ପଙ୍କ ପଦୁମ ପୋଖରୀ
ଫରୁଆ ନିବୁଜ ମଧ୍ୟେ ଭାଗ୍ୟ ସୂତ୍ର ବନ୍ଧା ।
ଅପଲକ ନୟନରେ ନିରେଖେ ତଥାପି
ଜହ୍ନମାମୁଁ କେଶବ କୃଷ୍ଣଙ୍କୁ
ଏତେ ଛଳ କପଟତା ଆଉ କେତେ କାଳ
ଜୀଇଁବାର ଷୋଳକଳା ଶିଖାଅ ସଭିଙ୍କୁ ।
