STORYMIRROR

Kishore Nayak

Others Children

2  

Kishore Nayak

Others Children

ଝାଇଁକି ଝୁମୁରୁ ଝୁମ୍ପୁରୁ ଝୁମ୍ପା

ଝାଇଁକି ଝୁମୁରୁ ଝୁମ୍ପୁରୁ ଝୁମ୍ପା

1 min
101


ଝାଇଁକି ଝୁମୁରୁ ଝୁମ୍ପୁରୁ ଝୁମ୍ପା 

ମାଙ୍କଡ଼ ଉପରେ କୁକୁର ଖପ୍ପା ll

ମାଙ୍କଡ଼ ବସିଛି ଗଛର ଡାଳେ 

କୁକୁର ଭୁକୁଛି ସେ ଗଛ ତଳେ ll

କୁକୁରକୁ ଦେଖି ହନୁ ଛାନିଆଁ 

ଗଛରୁ ଗଛକୁ ମାରୁଛି ଡିଆଁ ll

ମିଶିଗଲେ ଆସି କୁକୁର ପଲ 

ମହୁରୀ ସାଙ୍ଗକୁ ବାଜିଲା ଢୋଲ ll

ଭୁଆଁ ବିଲେଇର ଟାଣୁଆ ନିଶ 

ଠେକୁଆ ଖାଉଛି ବଣର ଘାସ ll

ପୋଖରୀରୁ ମାଛ ଖାଉଛି ଓଧ 

ଭାର ବୋହି ବୋହି ଚାଲିଛି ଗଧ ll

ଝାଇଁକି ଝୁମୁରୁ ଝୁମ୍ପୁରୁ ଝୁମ୍ପା 

ରୁଣୁଝୁଣୁ ପାଦେ ନାଚୁଛି ଚମ୍ପା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍