STORYMIRROR

Santosh Kumar Nayak

Children Stories Inspirational Others

4  

Santosh Kumar Nayak

Children Stories Inspirational Others

ଜାତୀୟ ଫୁଲ

ଜାତୀୟ ଫୁଲ

1 min
23.3K


ଅତି କୋମଳ ପଦୁଅଁ ଫୁଲ

କିଏ ପାରିବ ଦେଇ ତା' ମୂଲ

ଫୁଲ ଭିତରେ ସାର,

ପଙ୍କରେ ଫୁଟେ କାଦୁଏ ଲୋଟେ

ହେଲେ ବି ତାର ରୂପ ନ ତୁଟେ

ସଭିଙ୍କ ଆପଣାର ।

ଭାରି ସୁନ୍ଦର ରଙ୍ଗ ତାହାରି

ସାଧବ ବୋହୂ ଯିବ ତ ହାରି

ଛୁଟଇ ମିଠା ବାସ,

ସବୁରି ମନ ନିଏ ହରଷି

କଳା ଭ୍ରମର ବୁଲଇ ଆସି

ଛାଡେନି ତାର ପାଶ।

ପାଣିର ଛିଟ ପଡିଲେ ଦେହେ

ଶାମୁକା ମଧ୍ୟେ ମୁକୁତାଟିଏ

ଲାଗଇ ଅବା ସତେ,

ପୂଜା ପରବେ ସେ ଦରକାରୀ

ଖୋଜା ପଡଇ ପଦ୍ମ ପୋଖରୀ

ବରଷା ଖରା ଶୀତେ ।

ନିଆରା ତାର ଚକା ପତର

ଭୋଜି ଭାତରେ ବଢେ ଆଦର

ଲୋଡନ୍ତି ସାଧୁ ଜନ,

ଭାରି ସୁଆଦ ପଦମ ନାଡ

ଭଜା ହେଉ ବା ରାଇ ମହୁର

ଟାଣି ନିଅଇ ମନ ।

ନାନା ଗୁଣ ଯେ ତା' ଠାରେ ଠୁଳ

ଆମ ଦେଶର ଜାତୀୟ ଫୁଲ

ବଢାଏ ଦେଶ ମାନ,

ସଭିଏଁ ମିଶି ଏକ ସ୍ବରରେ

ତା' ଗୁଣ ଗାଇ ଉଚ୍ଚ କଣ୍ଠରେ

କରିବା ଯଶ ଗାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍