STORYMIRROR

Satyabati Swain

Others

2  

Satyabati Swain

Others

ଇଚ୍ଛା ବନାମ ଆର୍ତ୍ତନାଦ

ଇଚ୍ଛା ବନାମ ଆର୍ତ୍ତନାଦ

1 min
352


ନିଜ ଇଚ୍ଛାରେ ମରଣ ମୁକୁଟ,

ପିନ୍ଧା ରାଜଟିଏ ମୁହିଁ,

ଦିନେ ଅକସ୍ମାତ ଚାଲିଯିବି ଜାଣିଛି,

ଜାଣି ଜାଣି ଏ ମୁକୁଟ ଖୁସି ଖୁସି,

ସରାଗରେ ପିନ୍ଧିଛି,

ଏ ଜୀବନ ସବୁ ଖୁସି,

ମାଟି ମା ପାଦେ,

ନୈବେଦ୍ୟ ବାଢି ଦେଇଛି।।


ମୁଁ ଯେବେ ହଠାତ୍ ଶୋଇଯିବି,

ଚିର ନିଦ୍ରାରେ,

ବାପା ବୋଉ ମୋର,

ଲହୁ ଲୁହାଣ ହୋଇବେ,

ହେ ମୋ ପ୍ରିୟ ଦେଶ ବାସୀ,

ବୁଝାଇ କହିବ ତାଙ୍କୁ,

ମରିନାହିଁ ପୁଅ ତାଙ୍କ,

ମରଣ ଜୟୀ ସେ ଏ ଭବେ।।


ପତ୍ନୀଟିକୁ ମୋର ପ୍ରବୋଧନା,

ଦେଇ ନିଶ୍ଚୟ କହିବ,

କଥା ଦେଇ ପାରିଲିନି କଥା ରଖି,

ଜୀବନ ଆରମ୍ଭ ହେବା ପୂର୍ବୁ,

ଶେଷ ହୋଇଲା ଗଲା ସବୁ,

ସହିଦ ପତ୍ନୀ ଗୌରବ ତାର,

ସୀମନ୍ତ ସିନ୍ଦୁର ହୋଇବ,

ଦୃଢ଼ କରି ମନ ଏକା ଏକା ଚାଲି ଶିଖିବ।।


ଭଉଣୀଟି ରାକ୍ଷୀ ଆସିଲେ,

ମୋ ହାତ ଯେବେ ଖୋଜିବ,

ଗେହ୍ଲେଇଟି ଭାରି ସେ,

ଗୁମୁରି ଗୁମୁରି କାନ୍ଦିବ,

ତାକୁ ସେନେହ ଆଦରେ,

ବୁଝାଇ ଶୁଝାଇ କହିବ,

ଅଦୃଶ୍ୟ ହାତ ମୋ,

ତା ପାଖେ ପାଖେ ସଦା ରହିବ।।


କୁନି ଝିଅ ମୋର ବାବା,

ଖୋଜି ଯଦି ଅଳି କରିବ,

କର୍ପୂର ମାଳା ପିନ୍ଧା କାନ୍ଥ ଝୁଲା,

ଫୋଟୋକୁ ଦେଖାଇ କହିବ,

ଏ ସେହି ପୁଲୱାମା ବୀର ଯବାନ,

ବିସ୍ଫୋରଣେ ନିହତ ବୀର ତା ବାବା,

ତା ବାବା ପରି ସେ ବୀର,

ଯବାନ ଟେ ହୋଇବ।।


ମୁଁ ଜାଣିନି ଇତିହାସ ମୋତେ

ତା ଛାତିରେ ସାଇତି କି ରଖିବ!!!

ମୋ ଆତ୍ମା କିନ୍ତୁ ନିଶ୍ଚୟ କାନ୍ଦିବ

ମୋ ଜୀବନ ବଳିଦାନ

ଯେବେ ବ୍ୟର୍ଥ ହୋଇବ

ହେ ମୋ ପ୍ରିୟ ଦେଶବାସୀ

ତୁମ ରକ୍ତରେ ନିଆଁ ଯଦି ନ ଲାଗିବ

ସ୍ୱାଭିମାନ ଯଦି ନ ଜାଗିବ।।


ଆମେ କଣ ଏତେ ଭୀରୁ,,

ଅପାରଗ,ଅସହାୟ,

କିଂ କର୍ତ୍ତବ୍ୟ ବିମୁଢ,

ହାତେ ଚୁଡ଼ି ପିନ୍ଧି ବସିବା,

ଆସ!! ଯବାନ ଜୀବନ ବଳିଦାନ,

ଇଟା ବଦଳରେ ପଥର ଫଙ୍ଗିବା,

ମୁହଁ ତୋଡ ଜବାବ ଦେବା।।


ଆତଙ୍କବାଦୀ,ଅବିଶ୍ୱାସୀଙ୍କୁ,

ଯେଉଁଠି ଦେଖିବା,

କୁକୁର ପରି ଗୁଳି କରି ମାରିବା,

ଯେବେ ଏପରି ହୋଇବ,

ମାଟି ମା ଆଖିରେ,

ତୁପ୍ତିର ହସ ଚମକିବ,

ସେବେ ମୋ ପରି ସହିଦ,

ଆତ୍ମାର ସଦଗତି ଲଭିବ।।


*ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍