ହସୁ ଏ ମରତ ଭୂଇଁ
ହସୁ ଏ ମରତ ଭୂଇଁ
1 min
468
ମହିଷା ମର୍ଦ୍ଦିନୀ ଜଗତ ମୋହିନୀ
ଆହେ ଦେବୀ ଦୁର୍ଗା ମାତା
ଆସ ଅବତରି ନବ ବେଶ ଧରି
ହୋଇ ବିଶ୍ବ ତ୍ରାଣକର୍ତ୍ତା ।
ମହିଷା ଅସୁର ଜିଣି ସୁରେଶ୍ବର
ଗରବରେ ଅନ୍ଧ ହୋଇ
ଭାବି ସେ ଅବଳା ଆହେ ଗିରିବାଳା
ଜୀବନରୁ ଗଲା ଶୋଇ ।
ଏ ଯୁଗର ନର ଅଟେ ବଡ କ୍ରୁର
ନାଶନ୍ତି ନାରୀ ପରାଣ
ମୁଖରେ ବଚନ ଅମୃତ ସମାନ
ବିଷ ଭରା ଘଟ ଜାଣ ।
କରେ ଅପମାନ ହଜିଲାଣି ଜ୍ଞାନ
ଅହଂକାର ଯାଏ ବଢି
ଯଉତୁକ ବ୍ଯାଧି ମନ ଯାଏ ଗ୍ରାସି
କେଉଁ ଲାଭ ପାଠ ପଢି ।
ପରଶେ ତୁମର ମୋହ ହେଉ ଦୂର
ଜ୍ଞାନର ଅରୁଣ ଉଇଁ
ହୋଇ ପରକାଶ ଅଜ୍ଞାନର ନାଶ
ହସୁ ଏ ମରତ ଭୂଇଁ ।