STORYMIRROR

Mamatamanjari Das

Others

3  

Mamatamanjari Das

Others

ହେ ଫଗୁଣ

ହେ ଫଗୁଣ

1 min
203


ଦେବାକୁ ଚାହଁ ତ

ମୋତେ ଫେରାଇ ଦିଅ

ରଙ୍ଗ ବେରଙ୍ଗ ରେ ଭରା

ମୁଠାଏ ଫଗୁଣ ଅବିର

କାହିଁ କେତେ ବସନ୍ତ ବିତିଲାଣି

ପାଇନାହିଁ ସ୍ପର୍ଶ ତାର

ମନ ମୋର ହେଲାଣି ଅଧୀର ।

ଅତୁଳନୀୟ ଭାବ ବିହ୍ୱଳତାରେ

ଡାକୁଛି ମୁଁ

ଛୁଇଁ ଯାଅ ମୋର ହାତ ପାପୁଲିକୁ

ପାରିବ ଯଦି ତୁମ ରଙ୍ଗୀନ ସ୍ପର୍ଶ ରେ

ଭରି ଦିଅ ଥରେ ମୋର

ଶୂନ୍ୟ ହୃଦୟକୁ ।

ମୁଁ ଜାଣିନି ଏବେ ମୁଁ ଜୀବିତ କି ମୃତ

ହେଲେ ଫଗୁଣର ଦଲକାଏ ପବନ

ଯେବେ ପିଟିହୁଏ ମୋ ଝରକାରେ

ଖୋଲିଯାଏ ଜୁଳୁ ଜୁଳୁ ହୋଇ

ଚାହିଁ ଥିବା ମୋର ଏଇ

ପ୍ରତିକ୍ଷିତ ନେତ୍ର ।

ହାତ ମୋର ଏବେ ଶୀଥିଳ ହେଲାଣି

ହେ ଫଗୁଣ

ପାରୁଛ ଯଦି ଶେଷ ଥର ପାଇଁ

ମୋତେ ଦେଇଦିଅ ମୁଠାଏ ଅବିର

ଜୀବନର ଶେଷ ଥର ପାଇଁ

ତାର ସେହି ରଙ୍ଗୀନ୍ ସ୍ପର୍ଶ ରେ

ସଜାଇ ଦେବି ମୁଁ

ଏଇ ଅଲୋଡା ଜୀବନକୁ ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍