ହାଟରେ ବେପାର ଜମେ
ହାଟରେ ବେପାର ଜମେ


କିଣାବିକା ପାଇଁ ଉପଯୁକ୍ତ ସ୍ଥାନ,
ଆମ ଅଞ୍ଚଳର ହାଟ ।
ଏହି ହାଟଟିରେ ବେପାରୀ,ଗରାଖ,
ହୋଇଥାନ୍ତି ପରା ଭେଟ ।।
ବେପାରୀ ଆସଇ ନିଜ ଜିନିଷକୁ,
ହାଟରେ ବିକିବା ପାଇଁ ।
ନିଜ ଆବଶ୍ୟକ ଜିନିଷ ପାଇଁ ତ,
ଗରାଖ ଆସଇ ଧାଇଁ ।।
ସପ୍ତାହରେ ଥରେ କିମ୍ବା ଦୁଇଥର,
ଆମ ଏ ହାଟଟି ବସେ ।
ଭଳିଭଳି ସବୁ ଜିନିଷ ମିଳଇ,
ଗରାଖର ମନ ତୋଷେ ।।
ହାଟ ବସୁଥିଲେ ଚାଷୀଟିଏ ତା'ର,
ଜିନିଷକୁ ଦିଏ ବିକି ।
ଭଲ ଦି ପଇସା କରେ ରୋଜଗାର,
ହାଟର ଭିଡକୁ ଦେଖି ।।
ଏହି ହାଟ ପାଇଁ ଜିନିଷର ମୂଲ୍ୟ,
ଗରାଖ ନିମନ୍ତେ କମେ ।
ଖୁସିରେ ଗରାଖ କିଣଇ ଜିନିଷ,
ହାଟରେ ବେପାର ଜମେ ।।