Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Shubhra Suchitra Mahanta

Children Stories Tragedy Children

4.0  

Shubhra Suchitra Mahanta

Children Stories Tragedy Children

ହାଟ

ହାଟ

1 min
224


ହାଟ ବସିଛି ଦେଖରେ ପିଲେ 

ହାଟ ବସିଛି ଦେଖ....

ଭଳିକିଭଳି ଜିନିଷ ଆଉ

କେତେ ଯେ ଲୋକ ବାକ....


ହାତୀ ବାଘ ଭାଲୁ କେତେ ଖେଳଣା

ନେବ କିଏ କିଏ କୁହ...

ଦଉଡନି ଏକା ଏକା କୁଆଡେ

ମୋ ସାଥେ ଯିବ ରୁହ...


ବାମ ପଟେ ଦେଖ ଆଇସ୍କ୍ରିମ ବାଲା

ଆସ ଆସ ଡାକିଲାଣି...

ଡାହାଣ ପଟରେ ଦହିବରା ଦେଖ

ଆଗରେ ପଇଡ ପାଣି... 


ନାନା ପ୍ରକାର ପରିବା ଦେଖ 

ଦର ଦାମ୍ ପଚାର... 

ଟିକି ମିକି ଯାଅ ଚୁଡ଼ି ଦେଖ

ମାପ ଦିଅ ତୁମର.... 


କୁନା ମୁନା ତୁମେ ନେବକି ମୁଖା 

ଜୋକର୍ ପରି ଲାଗିବ... 

ରିଙ୍କୁ ପିଙ୍କୁ ତୁମେ ବନ୍ଧୁକ ନେବକି

ଦୁହେଁ ମିଶି ଖେଳିବ.... 


ଟିନା ମୀନା ଜମା ମୁହଁ ଶୁଖାଅନି 

ଯାଦୁ ଦେଖିବା ଚାଲ... 

ସେପଟେ ପୁଣି ଆସି ଗଲାଣି 

ବ୍ୟାଟ ଆଉ ବଲ.... 


ସବୁ ଆଡେ ତ ବୁଲି ଆସିଲ

ଏବେ ଚାଲ ଫେରିଯିବା.... 

ପୁଣି ଯେବେ ହାଟ ବସିବ 

ଦେଖିବାକୁ ଆସିବା.... 



Rate this content
Log in