STORYMIRROR

Shubhra Suchitra Mahanta

Children Stories Tragedy Children

3  

Shubhra Suchitra Mahanta

Children Stories Tragedy Children

ହାଟ

ହାଟ

1 min
231

ହାଟ ବସିଛି ଦେଖରେ ପିଲେ 

ହାଟ ବସିଛି ଦେଖ....

ଭଳିକିଭଳି ଜିନିଷ ଆଉ

କେତେ ଯେ ଲୋକ ବାକ....


ହାତୀ ବାଘ ଭାଲୁ କେତେ ଖେଳଣା

ନେବ କିଏ କିଏ କୁହ...

ଦଉଡନି ଏକା ଏକା କୁଆଡେ

ମୋ ସାଥେ ଯିବ ରୁହ...


ବାମ ପଟେ ଦେଖ ଆଇସ୍କ୍ରିମ ବାଲା

ଆସ ଆସ ଡାକିଲାଣି...

ଡାହାଣ ପଟରେ ଦହିବରା ଦେଖ

ଆଗରେ ପଇଡ ପାଣି... 


ନାନା ପ୍ରକାର ପରିବା ଦେଖ 

ଦର ଦାମ୍ ପଚାର... 

ଟିକି ମିକି ଯାଅ ଚୁଡ଼ି ଦେଖ

ମାପ ଦିଅ ତୁମର.... 


କୁନା ମୁନା ତୁମେ ନେବକି ମୁଖା 

ଜୋକର୍ ପରି ଲାଗିବ... 

ରିଙ୍କୁ ପିଙ୍କୁ ତୁମେ ବନ୍ଧୁକ ନେବକି

ଦୁହେଁ ମିଶି ଖେଳିବ.... 


ଟିନା ମୀନା ଜମା ମୁହଁ ଶୁଖାଅନି 

ଯାଦୁ ଦେଖିବା ଚାଲ... 

ସେପଟେ ପୁଣି ଆସି ଗଲାଣି 

ବ୍ୟାଟ ଆଉ ବଲ.... 


ସବୁ ଆଡେ ତ ବୁଲି ଆସିଲ

ଏବେ ଚାଲ ଫେରିଯିବା.... 

ପୁଣି ଯେବେ ହାଟ ବସିବ 

ଦେଖିବାକୁ ଆସିବା.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍