ଗୁରୁ ହିଁ ଇଶ୍ଵର
ଗୁରୁ ହିଁ ଇଶ୍ଵର

1 min

266
ଗୁରୁ ହିିଁ ଈଶ୍ଵର ଗୁରୁ ମହାଦେବ
ଗୁରୁ ହିଁ ପରମ ତପ
ଗୁରୁବିନା କିଛି ମୂଲ୍ୟ ନାହିଁ ଏଠି
ତାଙ୍କୁ ସବୁବେଳେ ଜପ ।
ପଥପ୍ରଦର୍ଶକ ଅଟନ୍ତି ଆମର
ରାସ୍ତା ଦେଖାଇବା ପାଇଁ
ଭୁଲ କଲେ ଭଲ ବାଟକୁ ଆଣନ୍ତି
ତାକୁ ଭୁଲିବା କାହିଁ ।
ଗୁରୁ ଯେ ଭଲ ବନ୍ଧୁ ଅଟନ୍ତି
ଗୁୁରୁ ହିଁ ପିତାମାତା
ଗୁରୁ ପରଂବ୍ରହ୍ମ ଗୁରୁ ଇଶ୍ଵର
ଗୁରୁ ହିଁ ସର୍ବ ଶିକ୍ଷ୍ୟା ।
ଗୁରୁ ଆଶୀର୍ବାଦ ଥାଏ ଯା ଉପରେ
ଆଗକୁ ସର୍ବଦା ବଢେ
ନିସ୍ଖଳ ବ୍ୟକ୍ତିଙ୍କ କଥାରେ ନ ପଡି
ଜୀବନ ଜଞ୍ଜାଳ ଗଢେ ।
ଲଉଡି ବିନା ଅନ୍ଧ ଯେପରି
ନିଃସହାୟ ମନେ କରେ
ଗୁରୁବିନା ଶିଷ୍ୟ ଠିକ୍ ସେମିତି
ଆଗକୁ ନ ବଢି ପାରେ ।।