STORYMIRROR

ପବିତ୍ର ବେହେରା , ସମ୍ବଲପୁର

Children Stories Others Children

3  

ପବିତ୍ର ବେହେରା , ସମ୍ବଲପୁର

Children Stories Others Children

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
30

 

ଶିଖାଇଲ ଗୁରୁ ତୁମ୍ଭେ

    ଜୀବନ ଜିଇଁବାର ମାର୍ଗ ,

ତୁମରି ପଦଟିଏ କଥା

    ଆଣିଦିଏ ଜୀବନର ସ୍ୱର୍ଗ ।।

ବୋଲାଅ ସଂସାରେ ତୁମ୍ଭେ

       ଯେ ଦ୍ଵିତୀୟ ଇଶ୍ୱର ,

ତୁମ୍ଭ ବିନା ଅନ୍ୟ ଗତି

      ନାଇଁ ହେ ମୋହର।।

ବିନା ସ୍ୱାର୍ଥେ ଶିକ୍ଷା ଦେଇ

       ପାଉଥାଅ ଜଗତେ ପୂଜା,

କେ କଳି ପାରେ ତୁମ୍ଭ ମହିମା

     ଉଡୁଥାଏ ତ୍ରିପୁରେ ତୁମ୍ଭ ଧ୍ଵଜା।।

ଯେ ଗୁରୁ ଙ୍କୁ ନିନ୍ଦଇ 

     ନରକ କଷଣ ଭୋଗଇ,

ଯେ ଗୁରୁ ପାଦେ ସେବୁ ଥାଇ

     ବୈକୁଣ୍ଠେ ବାସ କରଇ।  ।।

ତୁମ୍ଭ ଚରଣେ ସଦା

       ଥାଉ ମୋହର ମତି,

କଣ୍ଟା ପଥ ଡେଇଁ ଯିବାକୁ

     ଦିଅ ମୋତେ ଶକତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍