STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଗୁରୁ ଦେବ

ଗୁରୁ ଦେବ

1 min
171


ଅଜ୍ଞାନ ଅନ୍ଧକାରେ ଘରୁ ମୁଁ ବୁଲୁଛି

ପଥ ଦେଖାଅ ଗୁରୁ ଦେବ

ତୁମେ ମୋ ଶକତି ମନର ଭକତି

ତୁମ ପରି କିଏ ହେବ ।


ମୋ ମନ କଥା ତୁମେ ବୁଝି ପାର

ସରଳ ହୃଦୟ ଅଛି ଯେ ତୁମର

ତୁମ ବିନା କାହାକୁ ନିଜର ଭାବିନି

କେବେ ତୁମକୁ ଭୁଲି ତ ପାରେ ନି ।


ମିଛ ମାୟା ଜାଲେ ଛନ୍ଦି ହୋଇ ଯାଏ

ମୁକ୍ତି କର ଗୁରୁ ଦେବ ।


ତୁମର ବାଣୀ ଶୁଣି ଶାନ୍ତି ଲାଗେ

ଭକ୍ତି ଭାବ ନୀତି ମନରେ ଜାଗେ

ବୈରାଗ୍ୟର ତୁମେ ହେଲ ପ୍ରତି ମୂର୍ତ୍ତି

ତୁମ ବିନା ନାହିଁ ମୋର ଅନ୍ୟ ଗତି ।


କାମ କ୍ରୋଧ ଅନଳେ ଜଳି ମୁଁ ଯାଏ

ରକ୍ଷାକର ଗୁରୁଦେବ ।


Rate this content
Log in