STORYMIRROR

LALIT MOHAN DASH

Children Stories Classics Fantasy

4  

LALIT MOHAN DASH

Children Stories Classics Fantasy

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
356


ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର

ଗୁରୁ ଜ୍ଞାନର ଭଣ୍ଡାର

ଗୁରୁ ପିତା ମାତା ଗୁରୁଯେ ଦେବତା

ଗୁରୁ ସତ୍ୟ ଶିବ ସୁନ୍ଦର।।

ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର

ଗୁରୁ ଆଲୋକ ପ୍ରଦୀପ

ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର

ଜାଳନ୍ତି ଉଜ୍ଜଳ ଦୀପ।।

ଗୁରୁ ସମସ୍ୟାର ସମାଧାନ ସୂତ୍ର

ଗୁରୁ ହିଁ ଆଶା ଭରଷା

ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ

କରନ୍ତି ନି କେବେ ନିରାଷା।।

ଶିକ୍ଷାର୍ଥିଙ୍କ ପାଇଁ ଶୁଭ ଚିନ୍ତକଟି

କରନ୍ତି ଚରିତ୍ର ଗଠନ

ନାହିଁ ଭେଦଭାବ ନାହିଁ ଅନାଦର

ନାହିଁ ପକ୍ଷପାତ ଚିହ୍ନ।।

ଗୁରୁହିଁ ଶକତି ଗୁରୁ ହିଁ ସାହସ

ଗୁରୁ ହିଁ ମୁକତି ପଥ

ଜ୍ଞାନ ପ୍ରାପ୍ତ କରି ଅଜ୍ଞାନ ଦୂରେଇ

ଦିଅନ୍ତି ନରଖି କିଞ୍ଚିତ

ଧନ୍ଯ ହୁଏ ପ୍ରାଣ ଆନନ୍ଦିତ ମନ

ପାଇ ଗୁରୁ ଦିବ୍ୟ ଦର୍ଶନ

ଗୁରୁ ଆଶୀର୍ବାଦ ରହିଲେ ଜୀବନେ

ନ ଥାଏଯେ ବାଧା ବିଘ୍ନ।।

ଗୁରୁ ଜୀବନର ମୂଳ ଦୂଆ ଜାଣ

ତାଙ୍କ ପାଦେ କୋଟି ପ୍ରଣାମ

ଗୁରୁ ବିନା ସ୍ଥିତି ନାହିଁ କାହା ପ୍ରାଣେ

ଗୁରୁ ଯେ ସର୍ବ ପ୍ରଥମ।।

ଗୁରୁ ହିଁ ଧରମ ଗୁରୁ ହିଁ କରମ

ନର ରୁପେ ନାରାୟଣ

ଗୁରୁଙ୍କର ସେବା ଆନନ୍ଦେ କରିବା

ଦେଇ ତାଙ୍କ ପାଦେ ମନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍