ଗୃହିଣୀ
ଗୃହିଣୀ
ଗୃହିଣୀ ,ଗୃହିଣୀ. ଗୃହିଣୀ, ଅଟଇ ମୁଁ ପରା ଏକ ଗୃହିଣୀ,
ପରିଚୟ ହୀନ ନିରୀହ ଜୀବନ, କାଟେ ସଦା ସାଜି ରାନ୍ଧୁଣୀ ।
ମାଜଇ ବାସନ ଖରକାଏ ଘର,ନିଇତି ଆଣଇ ପାଣି,
ଲୁଗା କଚା ସଙ୍ଗେ ମାରି ଆଇରନ,ବନିଯାଏ ଚାକରାଣୀ ।
ଶାଶୁ ଶ୍ଵଶୁରଙ୍କ ସେବା ମୁଁ କରଇ, ଯେତେ ଯାହା ହେଲେ ପୁଣି
ଦିଅର ନଣନ୍ଦ କଥା ମୁଁ ବୁଝିବି,ନ ମାରି କେବେ ଫୁଟାଣି ।
ସଭିଙ୍କ ଖାଇବା ପରେ ମୁଁ ଖାଇବି,ଶୋଇବି ସବା ଶେଷରେ,
ଶ୍ଵାନ ଶ୍ଵାପଦଙ୍କ ପରି ଜଗି ମୁଁ ବସିବି,ଉଠିବି ରାତି ଅଧରେ ।
ପିଲାଙ୍କ ଇସ୍କୁଲ ସ୍ଵାମୀଙ୍କ ଅଫିସ,ସବୁ ପାଇଁ ଅଟେ ମୁଁ ମେସିନ,
ପାଠ ବି ପଢିବି ଚାକିରୀ କରିବି, ହେଲେ ବି ହେବି ଗୃହିଣୀ ।
ଗରମ କାକର ବରଷା ଝଡି,ଫାଇଲିନ ପଛେ ଆସୁ ମାଡି,
ବୁକୁ ଫାଟିଯାଉ ଦେହ ଜଳିଯାଉ,ଅଟକିପାରେନା ମୋ ଗାଡି ।
କାନ୍ଦି ପାରିବିନି ହସି ପାରିବିନି,ମନକଥା କହି ପାରିବିନି
ମାନ ଅଭିମାନ ରାଗଋଷା ଛାଡି,ହେବି ମୁଁ ଖାଲି ଗୃହିଣୀ ।
ସିଏଲ ଇଏଲ ଛୁଟି ମେଡିକାଲ,ମିଳେନାହିଁ ମୋତେ କିଛି,
ନ ମିଳଇ ମୋତେ ଅବସର ବୟସ ଗଲେ ବି ଖସି ।
ଚାକିରୀ ଜୀବନ ଗୃହିଣୀ ଜୀବନ, ସବୁ ସହିବାକୁ ପଡେ ,
ରିଟାୟାର ପରେ ମଣିଷ ବାପୁଡା,ଗୃହିଣୀ ସାଜି ମୁଁ ମରେ ।