ଗୋ ମାତା
ଗୋ ମାତା
ମାଆ ତ ମାଆ ଏମିତି ମାଆ
ଜଗତେ ରହିଛି ତାରି ନାଆଁ।।
ଦେବରୁ ଦାନବ କରନ୍ତି ପୂଜା
ଦାନ ଦେବାରେ ତା ନଥାଏ କୁଣ୍ଠା।।
ସେବା କରୁଥିଲେ ଆତ୍ମା ପଵିତ୍ର
ମୁନୀ ଋଷିଙ୍କର ସବୁଠୁ ପ୍ରିୟ।।
ଯେଉଁ ଘରେ ପୁଜାଥାଏ ପାଏ ଗୋମାତ
ଦେବାଦେବୀଙ୍କ ସେଠି କରନ୍ତି ବାସ ।।
ଗୋମୟରେ ଘର ଲିପଇ ଯିଏ
ଆତ୍ମା ଶୁଦ୍ଧ ହୋଇ ନିରୋଗୀ ରହେ।।
ଗୋ ମୂତ୍ରକୁ ଯିଏ କରେ ସେବନ
ବହୁ ଦୁରାରୋଗ ମାଡେନା ପାଖ।।
ଦୁଗ୍ଧ ଦାନ କରି ହୁଏ ସେ ଖୁସି
ଦହି ଛେନା ଘିଅ ଥାଏ ସେଇଠି।।
ଯେଉଁମାନେ ନିତ୍ୟ ସେବା କରନ୍ତି
ତାଙ୍କ ଆଶୀର୍ବାଦ ଫଳ ପାଆନ୍ତି।।
ଗୋବର ଟି ଅଟେ ଅତି ପବିତ୍ର
ତା ବିନା ନୁହଁଇ କୌଣସି ଯଜ୍ଞ।।
ଜମିକୁ ଉର୍ବର କରେ ଗୋବର
ଫୁଲ ଫଳ ହସେ ପାଇ ଅମୃତ।।
ଗହ୍ମା ପୁନେଇଁରେ କରନ୍ତି ପୁଜା
ବନ୍ଦାଇ ଆନନ୍ଦେ ଖୁଆଇ ଖଜା।।
ବାନ୍ଧିବ ପଇତା ହଳଦୀ ଦେଇ
ଖୁସି ହେଉଥିବ ବଉଳା ଗାଈ।।
ଗୋମାତା ଅଟଇ ଗର୍ଵ ଆମର
ସୁରକ୍ଷା ରଖିବା ଆମର କାମ।।
ଗୋମାତା ହସିଲେ ଦେଶ ହସିବ
ଶସ୍ଯ ଶ୍ୟାମଳାରେ ହସି ଉଠିବ।।
ଘରେ ଘରେ ଗାଈ କରି ପାଳନ
କରୁଥିବା ତାଙ୍କ ଅମୃତ ପାନ।।