ଗାଁ
ଗାଁ
ଛୋଟ ମୋର ଗାଁଟି
ବଣ ପାହାଡ ଘେରା
ଏଇ ମୋର ଗାଁ'ଟି
ପବନ ଯା'ର ସୁଶୀତଳ
ଶ୍ଯାମଳତରୁ ଛାଇରେ ତାର
ତାହାରି କୋଳେ ଏନ୍ତୁଡିଶାଳ
ଜଳିଛି ମୋର ଏଇଠି
ଛୋଟ ମୋର ଗାଁ'ଟି।
ବାଲ୍ଯକାଳୁ ଶୈଶବ ଯାଏଁ
ତାହାରି କୋଳେ ବଢିଛି ମୁହିଁ
ତାରି ମାଟି ପବନ ମୋର
ଦେହରେ ହୁଏ ବୋଳିଟି
ଛୋଟ ମୋର ଗାଁ'ଟି।
ବରଷକରେ ଛ'ଋତୁ
ଗୋଟିଏ ପରେ ଗୋଟିଏ ଆସେ
ଦେଖାଇ ତାର କିମନୋହର
ସୁନ୍ଦର ତାଙ୍କ ରୂପଟି
ଛୋଟ ମୋର ଗାଁ'ଟି।
ବାରମାସରେ ତେରପରବ
ସବୁରି ମୁହେଁ ହସରଭାବ
ଉକୁଟି ଉଠେ ପାଳି ପରବ
ଗାଁ'ର ଏହି ଭାବଟି
ଛୋଟ ମୋର ଗାଁ'ଟି।
ଜାତି ଜାତିର ଭେଦାଭେଦ
ସଂକିର୍ଣ୍ଣତାରେ ନୁହେଁ ଆବଦ୍ଧ
ପାଳି ଦଶହରା,ଦୋଳ ଯାତରା
ସମସ୍ତେ ଏକ ଏଇଠି
ଛୋଟ ମୋର ଗାଁ'ଟି।
ଭାଗବତ ଟୁଙ୍ଗିରେ ତାର
ସଞ୍ଜ ହେଲେ ବସେ ଆସର
ସମସ୍ତେ ଏଠି ଏକାଠି ହୋଇ
କରନ୍ତି ଖୁସି ଗପଟି
ଛୋଟ ମୋରଗାଁ'ଟି
ନ୍ଯାୟ ନିଶାପ କେବଳ
ଏକାଠି ହୋଇ ସବୁ ଜାତିର
ଦୋଳମଣ୍ଡପ ବୈଠକ ଯାର
ଦୂରେଇ ଯାଏ ଅନ୍ଯାୟ ଏଠି
ଛୋଟ ମୋର ଗାଁ'ଟି।
ମଧୁର ଅଟେ ତାର
ସେଇ ସୁମଧୁର ନାଁ'ଟି
ମାତୃତ୍ବର ମମତା ଏଠି
ବୋଳି ହୋଇ ରହେ ସବୁଠି
ଛୋଟ ମୋର ଗାଁ'ଟି।
