STORYMIRROR

Bunee Tripathy

Others

3  

Bunee Tripathy

Others

ଗାଆଁକୁ ଫେରିବା

ଗାଆଁକୁ ଫେରିବା

1 min
201


ଆସ ଆସ ଫେରିଯିବା ସେହି ଗାଁ ମାଟି

ଯେଉଁଠାରେ ଜଳିଥିଲା ଏନ୍ତୁଡି ନିଆଁଟି

ନାହିନାଡ କଟା ହୋଇ କଲି କୁଆଁ ରଡ଼ି

ପାଳିଥିଲା ମାଆ ମୋର କରିଥିଲା ଷଠୀ।


ଗାଁ କ୍ଷେତ ସବୁଜିମା ଦିଶଇ ସୁନ୍ଦର

ପାଚିଲା ବିଲର ଶୋଭା ଦିଶେ ମନୋହର

ଗାଁ ତୋଟାମାଳ ରଜଦୋଳିର ସେ ଖେଳ

ମନେପଡ଼େ ରଜଗୀତ ଝିଅଙ୍କର ମେଳ।


ସହରରେ ନାହିଁ ସେଇ ମା'ମାଟିମମତା

ବିଷାକ୍ତ ସେ ଧୂଳିକଣା ଲାଗେ ଭାରି ଅଡ଼ୁଆ

ନାହିଁ ସେହି କୋଇଲିର ସୁମଧୁର ଗୀତ

ଶୁଣେ ନାହିଁ ହୁଳହୁଳି ଦିଶେନି ଶଙ୍ଖୁଆ।


ଗାଁ ପୋଖରୀର ମଜା ନେଇଛି ଯେ ଥରେ

ଭୁଲେ ନାହିଁ କେବେ ଜୀବନର ଶେଷପରିଯ୍ଯନ୍ତେ

ସହରରେ ଶୁଭେନାହିଁ ବାଗୁଡିର ଖେଳ

ପୁଚି ଅବା ବୋହୁଚୋରି ଖେଳିବେ କେମନ୍ତେ।


ଗାଁ ଆଜି ହାତଠାରି ଡାକୁଅଛି ମୋତେ

ହୃଦୟର ସ୍ପନ୍ଦନ ପରା ବଢିଯାଏ କେତେ

ମୋ ଗାଁର ଧୂଳି ସତେ ବୋଳିହେବ ଦେହେ

ଗୋଧୂଳି ଲଗନେ ଧେନୁପଲ ଫେରନ୍ତି ତ ମତ୍ତେ।


ଆମ୍ବ ତୋଟା,ବିଲଭୂଇଁ ସବୁକୁ ଦେଖିବି

ଆଉଥରେ ଗାଁ ଟୋକା ପାଲଟି ମୁଁ ଯିବି

ଅଙ୍କଲ ଆଣ୍ଟିର ଡାକ ଏବେଠୁ ଭୁଲିବି।


ଜନନୀ ଜନ୍ମମାଟି ସବୁଠୁ ନିଜର

ତା ପାଣି ପବନେ ଗଢ଼ାମୋ ଶରୀର

ଶେଷ ନିଆଁ ଜଳିବ ମୋ ତାହାରି ବୁକୁରେ

ପାଉଁଶ ହୋଇମୁଁ ମିଶିବି ତାର ଜଳଧାରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍