STORYMIRROR

Manaswinee Dash

Others

3  

Manaswinee Dash

Others

ଗାଆଁ ଟି ମୋର ଛୋଟ

ଗାଆଁ ଟି ମୋର ଛୋଟ

1 min
175

ପାହାଡ଼ ତଳରେଅଛି ଗାଆଁ ମୋହରି

ସବୁଜିମାରେ ରହିଛି ଭରି, 

ସଡକ ପଥ ଯାଏ ମୋ ଗାଆଁରେ ସରି, 

ଭାରି ଭଲଲାଗେ ଗାଆଁ ମୋହରି। 


ଗାଆଁ ପଟ ଦେଇ ଯାଇଛି ନଈ, 

ବାରମାସ ଯାକ ଯାଉଛି ବହି, 

ଭରିରହିଛି କୋତୋ ବିଲ କିଆରୀ, 

ଗାଆଁ ଦାନ୍ଡରେ ଅଛି ପୋଖରୀ। 


ଗାଆଁ ଟି ମୋର ଛୋଟ, 

ଦି ହଜାର ଲୋକ ରହନ୍ତି ମୋଟ, 

ଗାଆଁ ଲୋକ ମୋର ଭାରି ସଚ୍ଚୋଟ, 

ପରିଶ୍ରମ କରି ପୋଷନ୍ତି ପେଟ। 


ଗାଆଁ ଟା ସାର ଚଳନ୍ତି ଗୋଟେ ପରିବାର ହୋଇ, 

ଜାତି ଧର୍ମ ର ପ୍ରଭେଦ ନାହିଁ, 

ସାମ୍ନା କରନ୍ତି ବିପଦକୁ ଏକଜୁଟ ହେଇ, 

ତାପାଇଁ ବିପଦ ଯାଏ ପଳେଇ। 


ଗାଆଁ ହେଲେବି ପରଶ ଅଛି ଆଧୁନିକତାର, 

ସମୟ ସହ ତାଳ ଦେଇ ଚାଲନ୍ତି ଗାଆଁ ଯାକର, 

ପରିଷ୍କୃତ ଗାଆଁ ହିଷାବରେ ଅଛି ନାମ ତାହାର, 

ବିଗ୍ୟାନ ଓ ଆଧ୍ଯାତ୍ମିକତାର ମିଳନ ହେଉଛି ଗାଆଁ ଆମର। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍