STORYMIRROR

Mamatamanjari Das

Others

4  

Mamatamanjari Das

Others

ଏ ସନ ବରଷା

ଏ ସନ ବରଷା

1 min
182

ଝରକା କାଚରେ ବାଜୁନି ଏ ସନ

ରିମ୍ ଝିମ୍ ମେଘର ସାଏରୀ

ବରଷା ଅଭାବେ ଛାତି ତଳର ପୁରୁଣା କ୍ଷତ

ଏ ସନ ଆଉ ଓଦା ମାଟି ପରି ଯାଉନି ବତୁରି।


ଜୋର ପାଖ ବିଲ ଫାଟି ପଡିଲାଣି

ନାହିଁ ସେଠି ଧାନ ବୁଦା

ଚାଷୀର ଆଖିରେ ସପନ ପୁଳାଏ

ହେଲେ ଆଖିପତା ଓଦା।


ଆକାଶର ଇନ୍ଦ୍ରପ୍ରସ୍ଥେ ଶୁଭୁନି ଏସନ 

ସୁମଧୁର ମେଘର ମହୁରି

ଖରାର ଖାଣ୍ଡବ ବନେ ହୁତୁ ହୁତୁ ଜଳେ ନିଆଁ

ଲିଭାଇବା ପାଇଁ କଳାମେଘି ଶାଢ଼ୀ ପିନ୍ଧି

ଏସନ ବରଷା ଧରାକୁ ଛୁଉଁନି ।


ଏସନ ଆକାଶେ ଛାଇ ଯାଉନାହିଁ

ବାଦଲଙ୍କ ପଟୁଆର

ତୃଷିତା ଧରଣୀ ତୃଷ୍ଣା ମେଣ୍ଟୁନାହିଁ

ପାଇ ବରଷା ପୀୟୂଷ ଧାର ।


କେତେ ଅଭିମାନ କର ହେ ବରଷା

ମାନ ତେଜି ଥରେ ଛୁଇଁ ଯାଅ ଏ ଧରାକୁ

ଶାଖାରେ ଶାଖାରେ ଭରୁ ନବ ପଲ୍ଲବ

ପାଇ ତୁମ ଶାନ୍ତସ୍ନିଗ୍ଧ ସାନ୍ନିଧ୍ୟକୁ ।


ଆଖିର କଳସୀ ହୋଇଲାଣି ଶୁଷ୍କ

ଚାହିଁ ଚାହିଁ ତୁମ ପଥ

ଛୁଇଁ ଦିଅ ଥରେ ତୁମ ଶୀତଳ ସ୍ପର୍ଶରେ

ସନ୍ତାପରୁ କର ମୁକ୍ତ ।


ଏ ମଣିଷ ଆଜି ନିଦାଘ ପୀଡିତ

ହେ ବରଷା ରାଣୀ ଛଳ ଆଉ କରନାହିଁ

ଆସଗୋ ଓହ୍ଲାଇ ପିନ୍ଧି କଳାମେଘି ଶାଢ଼ୀ

ଶୀତଳତା ଭରୁ ମହୀ ।



Rate this content
Log in