ଏ ସମୟ ବଦଳି ଯିବ
ଏ ସମୟ ବଦଳି ଯିବ
ଧିରେ ଧିରେ ଗତି କରେ ସମୟ
ନୀରବ ନିସ୍ତବ୍ଧ ଆଉ ସଦା ଅବିରତ,
ତୁମ ଇଚ୍ଛାରେ ସର୍ଜିଲ ଏ ଜଗତ,
ତୁମେ ଅନନ୍ତ ଅକ୍ଷୟ ଚୀର ସତ୍ଯ,
ହେ ଜଗନ୍ନାଥ! ହେ ଜଗନ୍ନାଥ!
କ୍ରୁର କାଳ ଖେଳ କରେ, ସ୍ପଷ୍ଟ ଦିବାଲୋକେ,
ଭୂଲୋକେ, ଗୋଲକେ
ଏ ଦିବ୍ୟ ପ୍ରୁଥିବୀର ପରିଧିରେ,
ଧିରେ ଧିରେ ଗତିକରେ ସମୟ
ନୀରବ, ନିସ୍ତବ୍ଧ ଆଉ ସଦା ଅବିରତ।
ନିସ୍ତବ୍ଧ ଆଲୋକ ଅନ୍ଧାରରେ
ଏ ସୀମାହୀନ ସାଗରର ଅନନ୍ତ ବକ୍ଷରେ।
ପଚାରିଲେ ଅର୍ଜୁନ, ହେ ସଖା!
କୁହ ଏକ ଏପରି ସତ୍ଯ ବାଣୀ,
ଯାହା ଶୁଣି ଦୁଃଖୀ ଦଃଖ, ସୁଖୀ ସୁଖ
ଏକବାର ହୋଇବ ଅନ୍ତର
ସୁଖୀ ହେବେ ସର୍ବେ, ନିର୍ବିକାରେ, ନୀରବେ
ଶେଷ ହେବ ଏ ହୀନ ସମୟ?
କହିଲେ ଶ୍ରୀକ୍ରୁଷ୍ଣ, ଆହେ କୌନ୍ତେୟ!
ହେ ମୋର ପ୍ରିୟ ସଖା!
ଏ ସମୟ ବଦଳି ଯିବ।
ଶୁଣି ଦୁଃଖୀ ଚିନ୍ତେ ଅପେକ୍ଷାର ମନେ
ସୁଖ ଆସିବତ ବିନେ, ଭାବେ ସୁଖୀ
ମନ ଉଣା କରି ଏକାନ୍ତେ
ଏ ସୁଖତ ନୁହେଁ ଚିରସ୍ଥାୟୀ।ଶକ୍ତି ବା କାହାର ନିୟତିର ଗତିକୁ
ନେବ ନିଜ ଇଚ୍ଛା ମତେ?
ମୁଁ ନିତ୍ଯ ଅବିନାଶୀ, ହେ ମୋର ବିଶ୍ୱବାସୀ! ସ୍ଥୂଳ ସୁକ୍ଷ୍ମ, କୂଳ ପ୍ରତିହତ କରେ ଇଚ୍ଛା ମତେ ଚଳାଏ ସଂସାର
ସେହି ଏକା କାଳଜୟୀ ଅଜର ଅମର।
ଏ ଆତ୍ମା ଅବିନାଶୀ ଅଜେୟ, ଦୁର୍ବାର, ମ୍ରୁତ୍ୟୁହୀନ, ଅପେକ୍ଷା କର ଏ ସମୟ
ବଦଳି ଯିବ।
କେହି ରହି ନାହିଁ ଏ ଭୁମଣ୍ଡଳେ ସର୍ବେ ହେବା ଏକାକାର,
ଏ ଅଣାକାର ବକ୍ଷେ।
ଅପେକ୍ଷା କର ଏ ସମୟ ବଦଳି ଯିବ।
ନିଜ ହସ୍ତେ ଧରି ରଥ ଦଉଡ଼ିକୁସାଜିଲେ
ସାରଥି, ତ୍ରୁତୀୟ ପାଣ୍ଡବଙ୍କୁ କରି ମୋହଗ୍ରସ୍ତ
ବୁଝାଇଲେ ଗୀତା।
ଯାହା ଚିରନ୍ତନ ସଦ୍ଯ, ଧୀର, ତ୍ରସ୍ତ ନୁହେଁ, ନୁହେଁ ବିବ୍ରତ।
ଅପେକ୍ଷା କର ଏ ସମୟ ବଦଳି ଯିବ। ଜନ୍ମ ନେଇଥିଲେ ଦେବତା ହେଲେ ବି ମରଇ
ଏହା ହିଁ ଚିରନ୍ତନ ସଦ୍ଯ। ସୁଧିଜନେ ସ୍ମର ଜଗନ୍ନାଥ। ସଂସାରରୁ ଦୁଃଖ ଶୋକ ହେଉ ଦୂର ଅପେକ୍ଷା କର ଏ ସମୟ ବଦଳି ଯିବ। ନିଶ୍ଚୟ ଏ ସ୍ରୁଷ୍ଟିରେ ସୁଖ ବିରାଜମାନ କରିବ।
