STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଦୂରତା ନୁହେଁ ପ୍ରେମରେ ବାଧକ

ଦୂରତା ନୁହେଁ ପ୍ରେମରେ ବାଧକ

1 min
173

ସାତ୍ତ୍ଵିକ ପ୍ରେମ ଟି ଅଧିଭୌତିକ ଭକତ ଈଶ୍ବର ପରି

ଆଖିରେ ନଦେଖି ବିଶ୍ୱାସ କରି ଭକତ ଲଗାଏ ଡୋରି ।

କାହିଁ ସୂର୍ଯ୍ୟ କାହିଁ ଚନ୍ଦ୍ରମା ଜଣେ ଦିବସର ଅଧୀଶ୍ଵର

ଆଉ ଜଣେ ରଜନୀରେ ଅଭିସାର ମିଳନ ଚିନ୍ତା ଅସାର ।

ତଥାପି ଚନ୍ଦ୍ରମା ରବି କିରଣରୁ ଆଲୋକ ସଂଗ୍ରହ କରି

ଧରାବୁକେ ବିଂଚେ ଶୀତଳ କିରଣ ଅନ୍ଧକାର ବୁକୁ ଚିରି ।

ଅମାବାସ୍ୟା ଯାଏ ଛିଡି ଛିଡି ଯାଏ ଦିନଟେ ପୁରା ଅନ୍ଧାର

ପୂର୍ଣ୍ଣମୀ ଯାଏ ପୁଣି ବଢୁଥାଏ ମନରେ ଆଶା ଅପାର ।

ଅତୀଦ୍ରିୟ ପ୍ରେମ ଦୂରତା ସମ୍ପର୍କ ମାନେ କିଛି ରଖେ ନାହିଁ

କୃଷ୍ଣ ଦ୍ୱାରକାରେ ରାଧା ଗୋପପୁରେ ପ୍ରେମ କମିଯାଏ କାହିଁ !!

କେତେ ଦୂରେ ଭାନୁ କମଳିନି ପତି ପ୍ରେମର ଗାରିମା ବହି

ଅରୁଣ ଆଲୋକେ ପ୍ରସ୍ଫୁଟିତ ହୁଏ ମୁଦେ ଗଲେ ସଂଜ ନଇଁ ।

ଶୀତ ଦିନେ ଅଂଶୁ ଦକ୍ଷିଣକୁ ଗତି ପତିପ୍ରାଣା ସତୀ ନାରୀ

ପତି ଯମାଳୟ ଗତି ଦେଖି ସତୀ ଜୀବନ ଉତ୍ସର୍ଗ କରି ।

ପୁରୁବରୁ ପଶ୍ଚିମକୁ ଭାନୁ ଢଳୁଥାନ୍ତି ଯେଉଁ ମତେ

ସୂରୁଜମୁଖୀ ଟି ଢଳୁଥାଏ ସେହିଦିଗେ ଦିଗେ ଅପ୍ରମିତେ ।

କୁମୁଦିନୀ ପତି ଗତି ଦେଖି ରାତି ଆରମ୍ଭରେ ପ୍ରସ୍ଫୁଟିତ

ରାତି ପାହିଗଲେ ଆପେ ମୁଦି ହୁଏ ଚନ୍ଦ୍ର ବିନା କି ଶୋଭିତ !!

ଦୂରତା ନହୁଏ ଶାଶ୍ୱତ ପ୍ରେମରେ ବାଧକ ସମାଜେ ଶିକ୍ଷା

ରବି-କମଳିନି ଶଶୀ-କୁମୁଦିନୀ ଦିଅନ୍ତି ଏ ମହା ଦୀକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍