Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Pratihari

Others Tragedy

3  

Sadananda Pratihari

Others Tragedy

ଧୋକା

ଧୋକା

1 min
7.1K




ସ୍ୱାର୍ଥପରବସେ ଭଣ୍ଡ ପ୍ରତାରକ

ଦିଅନ୍ତି ଜୀବନେ ଧୋକା

ଦୟାମାୟାହୀନ ପାଷାଣ ହୃଦୟେ

ଅନ୍ୟକୁ ବନାଇ ବୋକା ॥

ସତ୍ୟ ଧର୍ମ ନ୍ୟାୟ ପ୍ରତି ତିଳେହେଲେ

ନରଖି ମନରେ ଭୟ

କରନ୍ତି ପ୍ରୟାସ ଜନ୍ମାଇ ବିଶ୍ୱାସ

ଲଙ୍ଘିବାକୁ ହିମାଳୟ ॥

ପ୍ରେମିକ ଚାଟୁରେ ହୋଇ ମଂତ୍ରମୁଗ୍ଧା

ପ୍ରେମିକା ବନଇ ବୋକା

ଅନୂଢା ଅଚିରେ ହୁଏ ଅନ୍ତଃସତ୍ତ୍ୱା

ବିବାହ ବନ୍ଧନେ ଧୋକା ॥

ସୁନ୍ଦରୀ ତରୁଣୀ ମଡେଲ୍ ନିଶାରେ

ଖାଏ ଧୋକା ବ୍ୟାଭିଚାରେ

ଧୋକା ବି ଦଅନ୍ତି ଅସାଧୁ ବିଲ୍ଡର

ଜମିବାଡି କାରବାରେ ॥

କ୍ଷୁଦ୍ରଜମାକାରୀ ସୁଧ ପ୍ରଲୋଭନେ

ହୋଇଥାନ୍ତି ସର୍ବସାନ୍ତ

ଅଧୂରା ସପନ ନହୋଇ ସାକାର

ରହିଥାଏ ଅସମାପ୍ତ ॥

ସୁନାର ହରିଣୀ ପଛରେ ଗୋଡାଇ

ନିଜେ ପ୍ରଭୁ ରଘୁବୀର

ଖାଇଛନ୍ତି ଧୋକା ବନବାସ ବେଳେ

ହୋଇମଧ୍ୟ ଧନୁର୍ଦ୍ଧର ॥

ନିଜେ ସୀତାମାତା ଖାଇଛନ୍ତି ଧୋକା

ରାବଣ ନେଲା ଚୋରାଇ

ଶକୁନି ମାମୁଁର ପଶାଖେଳେ ଗଲା

କୁରୁବଂଶ ଧ୍ୱଂସ ହୋଇ ॥

ସରଳ ବିଶ୍ୱାସୀ ନିଷ୍କପଟ ବ୍ୟକ୍ତି

ଖାଆନ୍ତି ଜୀବନେ ଧୋକା

ହୋଇ ସାବଧାନ ରହିଲେ ସତର୍କ

ନଥାଏ ଜମାରୁ ଦକା ॥


(ସଦାନନ୍ଦ ପ୍ରତିହାରୀ)


mobile no-9937367709

Email address-snpratihari7@gmail.com

Date -12-10-2018



Rate this content
Log in