STORYMIRROR

Samita Swain

Others

3  

Samita Swain

Others

ଦଗାଦିଆ ତୁମେ ହେ ଦୀନବାନ୍ଧବ

ଦଗାଦିଆ ତୁମେ ହେ ଦୀନବାନ୍ଧବ

1 min
456

ଦଗାଦିଆ ତୁମେ ହେ ଦୀନବାନ୍ଧବ

ଶୁଣ ମୋର ଶେଷ କଥା

ଆଉ ଡାକିବିନି ତୁମକୁ ମୁଁ କେବେ

ଖାଲି ନୁଆଇବି ମଥା।


ଢାଳିବିନି ଆଉ ତୁମ ଶ୍ରୀଚରଣେ 

ମୋ ଆଖିର ସବୁ ଲୁହ

ଦୁନିଆ ଯାକର ଯେତେ ଦୁଃଖ ଅଛି

ସବୁତକ ମୋତେ ଦିଅ।


ଅନ୍ତର ବେଦନା ଅନ୍ତରେ ରଖିବି

ଛାତିରେ ଚାପିବି କୋହ

ତୁମରି ଦୁଆରୁ ଖାଲିହାତେ ଫେରି

ପଣତେ ପୋଛିବି ଲୁହ।


ତୁମରି କରୁଣା କୈବଲ୍ଯ ପାଇଁ କି

ହାତମୁଁ ପାତିବି ନାହିଁ 

ଯେତେ ପରଖିବ ମନା ନାହିଁ ମୋର

ଚାଲିବି ପରୀକ୍ଷା ଦେଇ।


ତୁମେତ ମୋ ପାଇଁ ଖାଲି ଦାରୁଭୂତ

ମିଛ ପଥର ଦେବତା

ଅନୁଭବ ଅବା କାହିଁକି କରିବ

ମୋ ହୃଦୟର କଥା।


ଦୟାମୟ ବୋଲି ଜଗତ ବୋଲଇ

ଦୟାତୁମେ ବହିଥାଅ

ମୋ ପାଇଁ ହେଉଛ ଏତେ ନିରିଦୟ

କିମ୍ପାଇ ଶୁଖାଇ ମୁହଁ ।


ସମସ୍ତେ କୁହନ୍ତି ତୁମେ ନିଦା ବିଷ୍ଣୁ 

ଶ୍ରୀକ୍ଷେତ୍ର ମଉଡମଣି

ସେପାଇଁ ମୋ ଡାକ ଶୁଭୁନି କର୍ଣ୍ଣକୁ

ତଣ୍ଟି ମୋର ଶୁଖିଲାଣି।


କାହିକି କହିବି ତୁମେ କୃପାମୟ

ନିରାଶା ମନର ଆଶା

ମୋ ଜୀବନସାରା ଦୁର୍ଗମ ପଥରେ

କରୁଥାଅ ଲୋକହସା।


ତୁମେବାନ୍ଧି ହୁଅ ଭାବ ବନ୍ଧନରେ

ସଦା ଭକ୍ତଙ୍କ ଅନ୍ତରେ

ମୋତେ ରଖିଥାଅ ଅଭାବ ଭିତରେ

 ତମିସ୍ରାର ଜଞ୍ଜାଳରେ ।

 

ସବୁପାରେ ଦେଖି ତୁମ ଚକାଆଖି

ଭ୍ରମେ ଚଉଦ ଭୁବନ

କିମ୍ପାଇ ଦେଖୁନ ତୁମ ଶ୍ରୀଚରଣେ 

ବନ୍ଧାପଡିଛି ମୋମନ।


ତୁମେ ବଡପଣ ତୁମ ଠାରେ ଥାଉ

ମାଗୁନି ମୁଁ କିଛି ଆଉ

ତୁମ କରୁଣାର ଅମୃତ ଝରରେ

କରୋନା ଦୁରେଇ ଯାଉ।


ମୁଁ ଅଭିମାନିନୀ ଜନମ ଦୁଃଖିନୀ

ମୋଦୁଃଖ ସେମିତି ଥାଉ

ତୁମ ନାମ ଧାମ ସବୁରି ତୁଣ୍ଡରେ

ସ୍ବତଃ ଉଚ୍ଚାରିତ ହେଉ

ଯଶ,ବାନା ଉଡୁଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍