ଢ଼ାଳକାହିଁ ଲୁହ-ଲହୁ !
ଢ଼ାଳକାହିଁ ଲୁହ-ଲହୁ !

1 min

3
ବିଶ୍ବନିୟତାଙ୍କ ଦାନ ଯଦି ହୁଏ
ଏଇ ଆମ ଜୀବଜଗତ
ସିନ୍ଦୂର ମଣ୍ଡିତା ମହିୟସୀ ଯଦି
ସନ୍ତାନେ ହୁଏ ସାର୍ଥକ
ଦୂହିତାଟା ଯଦି ଦୁଇକୂଳ ହିତା
ସିନ୍ଦୂର କେମିତି ପର !
ପ୍ରେମ ଯଦି କରେ ପରକୁ ଆପଣା
ପଞ୍ଜୁରି କେମିତି ଘର .....!
ମାତା ଯଦି ଆମ ଆଦ୍ୟଗୁରୁ ହେଲେ
ବାପା ତ ତାଙ୍କ ଇଶ୍ବର
ଦୋଷୀ ଏଠି କିଏ ! ପୂଣ୍ୟବନ୍ତ ସବୁ
ଫଳ ଆମେ ସେ' ପୂଣ୍ୟର....
ସଂସାରକୁ ଯଦି ଜଞ୍ଜାଳ ମଣିବା
ମୁକତି ମିଳିବ କାହୁଁ
କର୍ମ ଘେନି ଫଳ ଯଦି ମିଳୁଅଛି
ଢାଳକାହିଁ ଲୁହ-ଲହୁ ..... !