ଛାଇ ଆଲୁଅର ଖେଳରେ ଜୀବନ
ଛାଇ ଆଲୁଅର ଖେଳରେ ଜୀବନ
ଜୀବନର ନଈ ଯାଏ ବହି ବହି
ଛାଇ ଆଲୁଅର ଖେଳ ଭିତରେ
କେବେ ଦୁଃଖ କେବେ ସୁଖ
କେବେ ଆଲୋକ ଅନ୍ଧାର କେବେ ଅନ୍ଧାର
ଅର୍ଗଳୀ ଡେଇଁ ଡେଇଁ ।
ସମୟର ସ୍ରୋତ ଛୁଟେ ନିରନ୍ତର
ଛାଇ ଆଲୁଅର ଏ ଖେଳ ଭିତରେ
ରାଗ ରୁଷା ଅଭିମାନ କାହାଣୀକୁ ନେଇ
କେବେବି ଥକେନି ଜୀବନ ନଈଟି
ଧାଏଁ ଦୁଇକୂଳ ଛୁଇଁ ଛୁଇଁ ।
କେବେ ଦିଏ ଲୁହ କେବେ ଦିଏ କୋହ
କେବେ ଆଲୋକଶତ କେବେ ଅନ୍ଧାର
ଦୁଇ ଦୁନିଆରେ କେବେ ହଜିଯାଏ
ନଥାଏ ବି ପୁଣି କାହା ନଜର ।
କିଏ ଆସେ ପୁଣି କିଏ ଚାଲିଯାଏ
ଛାଇ ଆଲୁଅର ଖେଳ ଭିତରେ
ଦେଖିବାକୁ କାହାକୁ ନଥାଏ ସମୟ
କିଏ ପୁଣି ଏଠି ଏ ନଈ କୂଳରେ
ସୃଷ୍ଟି କରେ ନିଜ ପରିଚୟ ।
ସୀମାହୀନ ହି ଜୀବନ ନଈରେ
ମୁଁ ଗୋଟିଏ ଛୋଟ ଅଧିର ତରଙ୍ଗଢ
ତଥାପି ଚାଲିଛି ମରଣ ଆଡେଇ
ଚଢିବା ପାଇଁ କି ଶୃଙ୍ଗ ।
ଯେତେ ପାଦଚିହ୍ନ ପଡିଅଛି ମୋର
ଏ ଜୀବନ ନଦୀର କୂଳେ
କିଏ ଜାଣେ କାଲି ଥିବକି ନଥିବ
ଛାଇ ଆଲୁଅର ଖେଳେ ।
ବେପଥୁର ଏହି ଜୀବନ ନଈରେ
ନଥିବି ମୁଁ କାଲିପାଇଁ
ତଥାପି ଜୀଇଁଛି ମିଛ ଅଗଣାରେ
ମୋହରେ ଆସକ୍ତ ହୋଇ ।
