STORYMIRROR

ବି. ନିରୁପମା

Others

4  

ବି. ନିରୁପମା

Others

ଚଗଲାମି ତୋର ଗଲାଣି ବଢ଼ି

ଚଗଲାମି ତୋର ଗଲାଣି ବଢ଼ି

1 min
304

         

ଇଲୋ ଜୁଲି ତୋର ଇଏ କି କାଣ୍ଡ ,

ସାଇଯାକ ଲୋକ ହେଲେଣି ରୁଣ୍ଡ !


ଏଡ଼ିକି ବକଟେ ଛୁଆ ତୁ ହୋଇ ,

ଖଣ୍ଡି କଥା କହୁ ଆଖି ନଚେଇ ।


ପଣସ ଉପରେ ଝୁଲୁଚୁ ଚଢ଼ି ,

ଚଗଲାମି ତୋର ଗଲାଣି ବଢ଼ି ।


ଖେଳଣା ତୋ ଅଛି ଭଳିକି ଭଳି ,

ଏଣିକି ଆସିଛୁ ପଣସ ତୋଳି !!


ଚୁଲୁବୁଲି ଝିଅ ଭାରି ସିଆଣି ,

କେତେ କଥା ପାରିଲୁଣି ତୁ ଜାଣି ।


ମନ କିଣି ନିଏ ତୋ ଠାଣି ବାଣୀ ,

ତୁ ପରା ଆମର ଗେହ୍ଲେଇ ରାଣୀ ।


ତୋ ହସ କୌତୁକ ଲାଗଇ ମିଠା ,

ବଡ଼ ହୋଇ ହୁଅ ଜଗତଜିତା ।



Rate this content
Log in