Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Others Children

3  

RUNALAILA MOHANTA

Others Children

ଚାଷୀର ଖୁସି

ଚାଷୀର ଖୁସି

1 min
225



ଖୁସି ଯେ ଖୁସି

     ସେ ଚାଷୀର ଖୁସି

ବରଷା ରାଣୀ ଆଣିଲା ଡାକି ।


ହାତେ ଧରି ଲଙ୍ଗଳ

     ସାଥେ ନେଇ ବଳଦ

ଖୁସିମନେ ଯେ ସେ କରିବ ହଳ ।


ଆଖିରେ ନେଇ କେତେ ସପନ

    ବୁଣିବ ସେ ଧାନ ଗହମ

ହୋଇ ଅଙ୍କୁର ବଢିବ ଫସଲ

   ସୁନାରେ ଦିନେ ଭରିବ ଖେତ ।


ଆସିବ ଯେବେ ଶସ୍ୟ

    ଅମଳ ହେବା ସମୟ

ପୂରିଲେ ନପୂରିବ ଚାଷୀର ଯତନ ।


କି ସଞ୍ଜ କି ସକାଳ

   ମନଖୁସିରେ ସେ ଧାଇଁବ

ଦେଖିବାକୁ ତା ରତନ ।


ପାଳିବ ସେ ଦିନ 

   ବାରମାସର ତେର ପରବ

ପିନ୍ଧି ନୂଆ ଲୁଗା

    କରି ଦିଅଁ ପୂଜା

ନାଚିବ ଖୋଲି ମନ

    ଖାଇ ନାନା ପିଠା

ସତେ ଯେମିତି କ୍ଳାନ୍ତ ତାର

   ମେଣ୍ଟିଯାଏ ବରଷର ।


ସେଦିନ ତା ଓଠରୁ

     ଝରେ ରସ

ହସଖୁସିର ତାଜା ତାଜା....।।


      


Rate this content
Log in