STORYMIRROR

Bishwaranjan Tripathy

Others

3  

Bishwaranjan Tripathy

Others

ବସ୍ତୁର ସୌଭାଗ୍ୟ

ବସ୍ତୁର ସୌଭାଗ୍ୟ

1 min
33

ମଣିଷ ଜନମ ଦେଲୁ ମତେ ସତ,

ହେଲେ ବସ୍ତୁର ସୌଭାଗ୍ୟ ମୋର ନାହିଁ।

ସେ ବସ୍ତୁର ସୌଭାଗ୍ୟ ମୋର ନାହିଁ।

କଳା ରଙ୍ଗ ଯଦି କରିଥାନ୍ତୁ ମୋତେ,

ଲାଗିଥାନ୍ତି ତୋର ମୁଖେ କଳା ରଙ୍ଗ ହୋଇ,

ସେ ରଙ୍ଗର ସୌଭାଗ୍ୟ ମୋର ନାହିଁ।।

କନା ଖଣ୍ଡେ ଯଦି କରିଥାନ୍ତୁ ମତେ,

ଉଡୁଥାନ୍ତି ତୋ ଦେଉଳେ, ପତିତପାବନ ବାନା ହୋଇ,

ସେ କନା ଖଣ୍ଡକର ସୌଭାଗ୍ୟ ମୋର ନାହିଁ।।

ଶସ୍ୟ କରି ଯଦି ଜନ୍ମ ଦେଇଥାନ୍ତୁ,

ଲାଗିଥାନ୍ତି ତୋ ପଦତଳେ, ମହାପ୍ରସାଦ ହୋଇ,

ସେ ଶସ୍ୟର ସୌଭାଗ୍ୟ ମୋର ନାହିଁ।।

ଫୁଲଟିଏ ହେଲେ କରିଥାନ୍ତୁ ମୋତେ,

ପଡ଼ିଥାନ୍ତି ତୋ ଗଳାରେ ମୁଁ ଯେ ମାଳା ହୋଇ,

ସେ ଫୁଲର ସୌଭାଗ୍ୟ ମୋର ନାହିଁ।।

ପଥର ଖଣ୍ଡେ ତୁ କରିଥାନ୍ତୁ ଯଦି,

ସେବା କରିଥାନ୍ତି ତୋର, ସବୁ ଖରା ବର୍ଷା କୁ ସହି,

ସେହି ପଥର ର ଭାଗ୍ୟ ମୋର ନାହିଁ।।

ଚନ୍ଦନ କସ୍ତୁରୀ କରିଥାନ୍ତୁ ଯଦି,

ସାଜିଥାନ୍ତି ଦେହେ ,ତୋର ମହକ ହୋଇ

ସେ ଚନ୍ଦନ କସ୍ତୁରୀ ଭାଗ୍ୟ ମୋର ନାହିଁ।

ଏ ଜନ୍ମ ପରେ ଯଦି ଦଉ ମଣିଷ ଜନ୍ମ,

ଇଚ୍ଛା ମୋର ଜନ୍ମିବାକୁ ତୋ ସେବକ ହୋଇ,

ଦେଉଳେ ତୋ ପଣ୍ଡା ପୁଅ ହୋଇ।।

ସେ ବସ୍ତୁର ସୌଭାଗ୍ୟ ମୋର ନାହିଁ,

ସେ ବସ୍ତୁର ସୌଭାଗ୍ୟ ମୋର ନାହିଁ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍