ବସନ୍ତର ଅଭିସାର
ବସନ୍ତର ଅଭିସାର
ତୋଟାରେ କୋଇଲି ଗାଇଲା କୁହୁ,
ଧରାରେ ବସନ୍ତ ଆସିଲା ତହୁଁ ।
କୋଇଲି ଗାଅଇ ମଧୁର ସ୍ବନେ,
ମନ ମୋହି ନିଏ ପଳାଶ ବନେ।
ପଳାଶ ଫୁଲ ଭାରି ମନୋହର,
ମାଟି ମା' ସିମନ୍ତେ ଯଥା ସିନ୍ଦୁର ।
ଫଗୁଣ ମାସରେ ବଉଳ ହସେ,
ତାର ସୁରଭିରେ ଜଗତ ବାସେ।
ଋତୁଙ୍କର ରାଜା ବସନ୍ତ ଆସେ,
ମଳୟ ପବନ ସଭିଙ୍କୁ ରସେ।
ବସନ୍ତ ଋତୁରେ ଦୋଳ ଯାତରା,
ରଙ୍ଗ ଅବିର ର ସଜେ ପସରା।
ବାଳ ଠାରୁ ବୃଦ୍ଧ ଖେଳନ୍ତି ହୋଲି,
ପୂର୍ବ ରାଗ ରୁଷା ଯାଆନ୍ତି ଭୁଲି ।
ରାଧା ମାଧବଙ୍କୁ ବିମାନେ ଧରି,
ବୁଲାଇ ନିଅନ୍ତି ପଲ୍ଲୀ ନଗରୀ।