ବସନ୍ତ ବର୍ଣାଳୀ
ବସନ୍ତ ବର୍ଣାଳୀ
ମାଘ ଶେଷ ହ୍ଵନ୍ତେ ବସନ୍ତ ଆସନ୍ତେ ବହିଲା ମଳୟ ସମୀର ଧରାରେ ନେସି
ତରୁ ଚାରୁ ଲତା ବସନ୍ତ ପରଶେ ପ୍ଲଲବିତl ନନ୍ଦେ ବର୍ଣ୍ଣlଳୀ ଉପମା ବେଶୀ l
ଉନ୍ମ୍ମାଦନା
ମହକ ଝରା ସଦ୍ୟ ବଉଳ
ସବୁଜେ ପୂରିତ ଉଚ୍ଚ ଶୈଳ
ବେଳୁ ଶୋଭା ଉଚ୍ଚାଟ ଦିଶଇ ଧରାଗମନେ ସେ
ଋତୁଚକ୍ରରେ ଝୁଲେ ସମୀର ll 1
ଶୁଷ୍କ ତରୁ ପଲ୍ଲବିତ ମଳୟ ବାସ୍ନା ପୂରିତ ଧରା ଭରା ଯୌବନା ପରା
ପୁଷ୍ପ ପଲାସ ନାଲିମା ଆକାଶରେ ଦିଏ ଚୁମା ଦୃଶ୍ୟନ୍ତେ ଉପମା ମନୋହରl
ସେ ବସୁନ୍ଧରା
ମଳୟେ ମଳୟ ଫଗୁଝରା
ବିଟପେ ବିଟପୀ କୋଳେ ଭରା
ଦ୍ଵିଜେ ପତ୍ର ଗହଳରେ ଉଲ୍ଲସିତ ମଦନରେ ଆତ୍ମହରା ପ୍ରୀତି ପ୍ରେମେ ଭରା ll 2
ପ୍ରୀତି ପଣେ ସମୀରଣ ବହିଥାଏ ଅନୁକ୍ଷଣ ବୃକ୍ଷ ରାଜି ବନ୍ଧା ଥାଏ ତାରେ
ନିଘଞ୍ଚ ଝରଣା ରାଣୀ ମହୀ ହିଆ ଧୁଏ ଜାଣି ଦୂର ଦିଗନ୍ତଟି ଚିତ୍ତ ହରେ
ମାୟାବିନୀ
ଯୋଗୀ ଜନ ହରେ କ୍ଷଣେ କ୍ଷଣେ
ଅବା କନ୍ଦର୍ପର ଫୁଲ ବlଣେ
ସ୍ୱର୍ଗ ତୋରା ଅବନୀରେ ଅବିରେ ଗଭୀରେ ଖରେ ଭାବପ୍ରବଣତl ବନ୍ୟ ସ୍ୱନେ ll 3
ପୁରପଲ୍ଲୀ ଫଗୁ ରଙ୍ଗେ ଆବାଳ ବୃଦ୍ଧଙ୍କ ସଙ୍ଗେ ରାଧା ମଦନ ମୋହନ ବେଶେ
ଶୋଭା ବସନ୍ତ ବର୍ଣ୍ଣlଳୀ ପୁଷ୍ପ ମେଳେ ଚଇତାଳି ମଧୁ ଝରେ ବରଷାର ସମ ସେ l
ଋତୁରାଜ
ସ୍ନିଗ୍ଧ ସୁଧା ଦିଅନ୍ତିକି ଢାଳି
ଚତୁର୍ଥରେ ରତି ସ୍ୱାମୀ ମିଳି
ନାହିଁ ଗ୍ରୀଷମ ପ୍ରବାହ ଯହିଁ ନାହିଁ ଶୀତ ଭୟ
ଶୂନ୍ୟେ ବନେ କରନ୍ତି ବିଜୟ ll4