Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ବର୍ଷାରାତିର ଜହ୍ନ

ବର୍ଷାରାତିର ଜହ୍ନ

1 min
170


ଲକ୍ଷେ ସପନର ଅକୁହା କାହାଣୀ

ବରଷା ରାତିର ଜହ୍ନ

ଆଶା ଆଶଙ୍କାର କୁହୁକ ପେଡିରେ

ଛଳଛଳ ଏକ ମନ I

ଉଆଁସୀ ଅନ୍ଧାର ନୀଳ ନିର୍ଜନରେ

ଲେଖା ହୁଏ ଇତିହାସ

କେବେଳେ ଆଖିରେ ଲୁହର ଶ୍ରାବଣ

କେତେବେଳେ ମଧୁମାସ I

କାହାପାଇଁ ଆଜି ଶ୍ରାବଣ ଆଖିରେ

ବରଷାର ମିଠାଛୁଆଁ

ପ୍ରୀତିର ପରଶେ ଭିଜାଇ ଦେଉଛି

ହୃଦୟେ ଜାଳୁଛି ନିଆଁ I

ଝରା ପତରର ମର୍ମର ଉହାଡେ

ବୟସ ମାରୁଛି ହାଇ

ଶ୍ରାବଣର ଆଖି ଲୁହେ ଜରଜର

ଉଛୁଳେ ଜୀବନ ନଈ I

      


Rate this content
Log in