ବର୍ଷା
ବର୍ଷା
1 min
387
ଗ୍ରୀଷ୍ମର ପ୍ରଭାବରେ ବାଷ୍ପୀତ ଜଳ,
ଆକାଶରେ ହୋଇଅଛି ବୌଦମାଳ ।।
ମୌସୁମୀ ବର୍ଷା ସାଥେ ଆସେ ଦାମିନି,
ଛମଛମ ବାରଷୁଛି ଶୀତଳ ପାଣି ।।
ଖାର ସଙ୍ଗେ ଆସିଗଲେ ବରଷା ବିନ୍ଦୁ,
ସାତରଙ୍ଗେ ରଙ୍ଗୀ ହୁଏ ଇନ୍ଦ୍ରଧନୁ ।।
ଧରଣୀର ଶରୀରକୁ ଧୁଏ ଶ୍ରାବଣ,
ନିର୍ଝର ଝରଣାକୁ ମିଳଇ ପ୍ରାଣ ।।
କଳ କଳ ସ୍ୱର ସାଥେ ବହୁଛି ନଦୀ,
ବରଷାରେ ତାଳେ ତାଳେ ଭିଜଇ ମାଟି ।।
ପଲ୍ଲବୀତ ହୋଇଅଛି ବିଲ ଓ ବଣ,
ଚାଷ ଆରମ୍ଭ କରେ କୃଷକ ଗଣ ।।
ବରଷାର ଅଗମନେ ନାଚେ ମୟୂର,
ଦୁଳି ଖେଳେ ହସିଉଠେ ପ୍ସଲ୍ଲୀ ପୁର ।।
