ବରଷା ଋତୁ
ବରଷା ଋତୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଖରା ଯାଇ ଏବେ ବରଷା ଆସେ,
କଳା ମେଘ ସବୁ ଆକାଶେ ଭାସେ।
ରୌଦ୍ରତାପେ ଧରା ଥିଲା ଉତ୍ତପ୍ତ,
ବରଷାର ଧାରା କଲା ସନ୍ତୃପ୍ତ।
ଆକାଶରୁ ଝରେ ଅମୃତ ଧାରା,
ତୃପ୍ତି ଲାଭ କରେ ଚାତକ ପରା।
ଶୋଷିଲା ଭୂଇଁର ମେଣ୍ଟିଲା ତୃଷ୍ଣା,
ଚଉଦିଗ ଭାସେ ମାଟିର ବାସ୍ନା ।
ଗ୍ରୀଷ୍ମର ପ୍ରକୋପ ପଡେ ଶିଥିଳ,
ବର୍ଷାଜଳେ ଭରେ ତଡାଗ ନାଳ।
ସବୁଜ ଫସଲେ ଲହରେ କ୍ଷେତ,
କୃଷକ ମନ ହୁଏ ପୁଲକିତ ।
ଶୀତଳ ପରଶେ ଧରଣୀ ହସେ,
ସବୁଜ ସୁନ୍ଦର ପ୍ରକୃତି ଦିଶେ।
ବରଷା କେବଳ ଦିଏନା ସୁଖ,
ସାଥିରେ ଆଣେ ସମସ୍ୟା ଅନେକ ।