ବର୍ଣ୍ଣ ବିବର୍ଣ୍ଣ
ବର୍ଣ୍ଣ ବିବର୍ଣ୍ଣ
କହି ଜାଣିଲେ କଥା ସୁନ୍ଦର
ଠିକ୍ ଲେଖିଲେ ପଢିବାକୁ ମଧୁର
ଉଚ୍ଚାରଣ, ବନାନ ଓ ଲିଖନ
ପରଷ୍ପର ପରିପୂରକ, ସାମଞ୍ଜସ୍ୟ
କହିଲେ ସହଜରେ ବୁଝିହେବ
ଠିକ୍ ବନାନ ସହିତ ଲେଖିଲେ
ଶୁଦ୍ଧ, ମାର୍ଜିତ ଓ ଶ୍ରୁତି ମଧୁର
ମାତୃଭାଷା ଓଡ଼ିଆ , ଆଞ୍ଚଳିକ ଭାଷା
ଓଡ଼ିଶା ରେ ହିଁ ଆଦୃତ ଓ ବ୍ୟବହୃତ
ଗର୍ବ ର ବିଷୟ , ଟିକିଏ ବେଦନା ସହ
ଣ.. ନ ଓ ଳ.. ଲ ବ୍ୟବହାର
କି ବୋର୍ଡ ରେ ମନ ଦେଇ ଚିହ୍ନିଲେ ହେଲା
ଫଳ:: ଫଲ୍, କାଳ:: କାଲ୍ ହେଉଛି
ପାଣି:: ପାନି, ପୁଣି: ପୁନି , ପଣା::ପାନ
ସେହିପରି ଜ ଓ ଯ, ବର୍ଣ୍ଣ ଆଉ ବର୍ଣ୍ଣ
ମୁଣ୍ଡ ଟିଣ, କାନ ପାଖରେ ଢୋ ଆଉ ଢୋ
ଜାତୀୟ ଭାଷା ର ବହୁଳ ବ୍ୟବହାର
ପୁଣି ଆଞ୍ଚଳିକ ଭାଷାକୁ ଗୁରୁତ୍ଵ
ରୋମନ୍ଥନ ରେ ଛିଟିକି ପଡୁଛି ଣ, ନ, ଳ, ଲ
ଜ ଓ ଯ କୁ ନେଇ ଦ୍ଵନ୍ଦ
ସଜାଡି ଲେଖିବାକୁ ହେବ
କହିଲା ବେଳେ, ଓଡିଶା ର ଓଡ଼ିଆ
ସହଜରେ ବାରି ହେବ ଭିଡ ଭିତରୁ
କହିବାକୁ ଚିକ୍କଣ ଓ ସୁଆଦିଆ
ଳ, ଲ, ଣ, ନ .. ଯୁକ୍ତ ପଦ ପରେ ପଦ
ଜ ଓ ଯ ସମୁଚାରିତ ବର୍ଣ୍ଣ
ପାଖ ରେ ଶୁଣିଥିବା ଅଣ ଓଡ଼ିଆ
ସହଜ ରେ ବୁଝି ଯାଏ ଓଡ଼ିଶା ଲୋକ
ବେଳେବେଳେ ହିନ୍ଦି ଭାଷା ରେ କଥା
ନ ଜାଗାରେ ଣ, ଲ ପୂର୍ବରୁ ଳ ଆସିଯାଏ
ହିନ୍ଦୀ କଣ,ପଶ୍ଚିମ ଓଡ଼ିଶାରେ ଳ ନାହିଁ
ଧଳା କୁ ଧଲା, କଳା କୁ କଲା
ବୁଝିଲେ ହେଲା, ନ ହେଲେ ଢୋ,ଢୋ
ସାଙ୍ଗ,ଷଣ୍ଢ, ଶଶୁର, ଶଳା
ସାହିତ୍ୟ ସହିତ ଶାଳୀ ସୁଧାର
କେଉଁ ପଦରେ ଠିକ୍ ଶ ସ ଷ
ପରୀକ୍ଷା ରେ ପ୍ରଶ୍ନ, ଉତ୍ତର ଲେଖ
ପିଲାଙ୍କ ମୁଣ୍ଡ ଟିଣ, ତୁଣ୍ଡ ଟାଣ
ତିନିଟା ଶ ସ ଷ, ବର୍ଷା, ଶୀତ ହେଲେ ଠିକ୍
ଏ ଟାଣ ଖରାରେ ମୁଣ୍ଡରେ ପଶୁନି
ତଥାପି ଚେଷ୍ଟା କରିବାକୁ ହେବ
ଖାଣ୍ଟି ଓଡ଼ିଆ ରେ ଡେଙ୍ଗା ଶ =ଶ
ମ ପରି ସ=ସ
ପେଟ ପୁଡ଼ା ଷ=ଷ
ହେଲେ କେଉଁ ପଦରେ କାହାର ଅଧିକାର
ସାହିତ୍ୟ ସାର୍ ଜାଣି ଥିବେ
ନ ହେଲେ ଢୋ, ତିନି ଥର ଢୋ ଢୋ ଢୋ
ବର୍ଣ୍ଣ ଥିଲା,ଅଛି ଓ ରହିବ
ଠିକ୍ ବର୍ଣ୍ଣ କୁ ଠିକ୍ ଭାବେ ବ୍ୟବହାର
କଥାରେ, ଉଚ୍ଚାରଣରେ ଓ ଲେଖାରେ
ମନେ ରଖିଲେ ହେଲା
ଭାଷା ସହିତ ବ୍ୟାକରଣ ଜ୍ଞାନ
ନିହାତି ଦରକାରୀ, ନ ହେଲେ ବର୍ଣ୍ଣ ବିବର୍ଣ୍ଣ
ଆଉ ଢୋ ଢୋ ନାହିଁ,ବର୍ଣ୍ଣ କୁ ଚିହ୍ନିବା
ବର୍ଣ୍ଣ କୁ ଜାଣିବା , ବର୍ଣ୍ଣ କୁ ଠିକ୍ ରେ ଲେଖିବା
ବିବର୍ଣ୍ଣ ନ ହେଉ ଅସଲି ବର୍ଣ୍ଣ.....
