ବୃକ୍ଷ
ବୃକ୍ଷ
ବୃକ୍ଷର ହିତକୁ ଜାଣିଲି ଯେବେ ମୁଁ
ପଢ଼ୁଥିଲି ଶ୍ରେଣୀ ଚାରି
ଆଣିଲି ଗଛଟେ ଆନନ୍ଦରେ ତାକୁ
ଲଗେଇଦେଲି ମୋ ବାରି ।
ସକାଳୁ ଉଠିକି ପ୍ରେମ ଆଦରରେ
ପାଣି ନେଇ ଢ଼ାଳି ଦିଏ
ସ୍କୁଲ ଛୁଟି ହେଲେ ଧାଇଁ ଆସି ଥରେ
ଯାଇ ତା ପାଖେ ବସେ ।
ଦୁଇ ପତରରୁ ଚାରି ପତର
ହେଇଲା ମୋହରି ଗଛ
ତାକୁ ଦେଖି ମୋ ମନ ହେଲା
ଅତି ନିର୍ମଳ ଆଉ ସ୍ୱଚ୍ଛ ।
ଏକା ସାଥେ ଆମେ ବଡ ହେଲୁଁ ବୋଲି
ସାଥି ପରି ହୋଇଗଲୁ
ହସ କାନ୍ଦ କି ଦୁଃଖ ସୁଖ ହେଉ
ସେଥିରେ ଭାଗ କରିଲୁ ।
ଫୁଲ ଫଳ ନୁହଁ ଛାଇ ବି ଦେଲା ସେ
କାଠ ଦେଲା ନିଜ ଶରୀରରୁ
ଜାଣିଥିଲି ମୁହିଁ ଭଲ ପାଏ ସିଏ
ମତେ ତା ଜୀବନରୁ ।
ସଂସାର କଲି ମୁଁ ପାରିବାର ହେଲା
ବଢ଼ିଲେ ନୂଆଁ ସଦସ୍ୟ
ଚାକିରି ପାଇକି ସଭିଙ୍କୁ ଧରି ମୁଁ
ଚାଲି ଗଲି ଅନ୍ୟ ଦେଶ ।
ଘର ଏକୁଟିଆ ରହିଗଲା ବୋଲି
ଯତନ ରହିଲା ନାହିଁ
କେତେ ଜୀବଜନ୍ତୁ ଆସି ରହିଗଲେ
ଘର ହେଲା ଧାଇଁ ସାଇଁ ।
ଭାଙ୍ଗି ରୁଜି କେବେ ସରିଗଲା ଘର
କିଏ ସଜାଡ଼ିବ ତାକୁ
ମୁହିଁ ରହିଅଛି ଅନ୍ୟତ୍ର ଦେଶରେ
କିଏ ବି କହିବ ଆମକୁ ।
ଅସୁବିଧା ଯୋଗୁଁ ସେହି ଦେଶ ଟିରେ
ଲାଗିଲା କେତେ କଟକଣା
ଅଫିସ୍ ରୋଡ ରାସ୍ତା ସବୁ ବନ୍ଦ ହେଲା
ଏଇ କି ବିଚିତ୍ର ଘଟଣା ।
ବାଧ୍ୟ ହୋଇ ମୁହିଁ ପାରିବାର ସହ
ଫେରିଲି ନିଜ ଗ୍ରାମକୁ
ଦେଖିଲି ଘରକୁ ଆଉ ନାହିଁ କିଛି
କେମିତି ରଖିବି ପରିବାରକୁ ।
ବାଡ଼ିରେ ଠିଆ ମୋ ସାଥିଟି ଡାକୁଛି
ଅନେକ ଦିନରୁ ଦେଖି
ସାହାରା ପାଇ ମୁଁ ଗଛଟିକୁ ଦେଖି
ଢଳ ଢଳ ହେଲା ଆଖି ।
କିଛି ଦିନ ଆମେ ପାରିବାର ସହ
ରହିଲୁ ସେଇ ଗଛ ତଳେ
ସିଏ ଏକା ସାହା ସିଏ ହିଁ ଭରସା
ସିଏ ଠିଆ ହୋଇଛି ମୋ ଜୀବନ ବିକଳେ ।