STORYMIRROR

Akshaya Dash

Children Stories Inspirational Children

4  

Akshaya Dash

Children Stories Inspirational Children

ବିଲେଇ ହନୁ କଳି

ବିଲେଇ ହନୁ କଳି

2 mins
15

ପାଚେରି କଡ଼ ପାତି ମାଙ୍କଡ଼

ପାଇକ ପରି ଆସେ ,

ବିଲେଇ ନାନୀ ଦେଖି ତା 'ଠାଣି

ଖିଆସି ଗଳା କାସେ ।

ଅଇଲା ହନୁ ବିଲେଇ ମନୁ

ଛନକା ଗଲା ପଶି,

ତୁଚ୍ଛାକୁ ଏଟା ଜାଣିନୁ ତୁଟା

କହିଲା ସେଠି ବସି।

ହଇରେ ହନୁ ପିଲାଟି ଦିନୁ

ତୋ'ମା ମୋର ମିତ,

ଛାଡେ ଥାଉ ଲଗାନା ଆଉ

ଖସାନା ମୁଣ୍ଡୁ ପିତ ।

ମାଙ୍କଡ଼ ଧରେ ଚାପୁଡ଼ା ମାରେ

ବିଲେଇ ଗଲା ଜଳି,

ଲାଞ୍ଜ ଫୁଲେଇ ଆଖି ଦେଖେଇ

ବିଲେଇ କଲା କଳି।

ପାତିର ବୁଦ୍ଧି ପିଠିକୁ କୁଦି

କସିଲା ପୁଷି ବଳ,

ଇପରେ ବସି ଚାଲଇ ପୁଷି

ହସନ୍ତି ହନୁ ଦଳ।

ଚାପୁଡ଼ାଗାଲେ ମାରିଲେ ଚାଲେ

ଭାବିଲା ଗଲି ଫସି ,

କିଦଶା ପୁଷି କିଲାଭ ରୁଷି

ପାଞ୍ଚିଲା ଯିବ ଖସି।

ପାଣିକୁ ଡେଇଁ ପଡିଲା ଯାଇଁ

ମାଙ୍କଡ଼ ମାରେ ଡିଆଁ,

ବସିଲା ଯାଇଁ ଗଛର ଡାଇ

କହେ ମରିବୁ କିଆଁ?

ଦେଖିଲେ ଋଷି ପାଣିରେ ପଶି

ବିଲେଇ ଦିଏ ରଡି,

ପାଣିରୁ ଛାଣି ଉପରେ ଆଣି

ସଂଘାକୁ ଗଲା ଚଢ଼ି।

ପାତିଟି ହସି ଡାଇରେ ବସି

କହିଲା ବଂଚିଗଲୁ,

ଏଠାକୁ କେବେ ଆସିବୁ ଯେବେ

ହାବୁଡ଼େ ଜାଣ ମଲୁ।

ସଂଘାରେ ବସି ବାହୁନି ପୁଷି

ଶୋଇଲା ଉପାସରେ,

ପାତିକୁ ପାନେ ଦେବାକୁମନେ

ଉପାୟମାନ କରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍