ବୀର ଯବାନ
ବୀର ଯବାନ
1 min
103
ହେ ଵୀର ଯବାନ
ହେ ବୀର ଯବାନ
ତୁମେ ଏ ଧରାର
ସୁଯୋଗ୍ୟ ସୁତ
ଜଗିରହି ଅଛ ସୀମାନ୍ତ
କିବା ଦିନ କିବା ରାତ୍ର
ତୁମ ପାଇଁ ସଦାସର୍ବଦା ଏକ
ତୁମେ ବିସ୍ତୃତ ବିସ୍ମିତ
ଅଟ ତୁମେ ଅବ୍ୟକ୍ତ
କର୍ମଠ
ତ୍ୟାଗ ପୂତ
ଭୂଲି ଭୋକ ଶୋଷ
ସଦା କର୍ମ ରତ
ତୁମରି ତ୍ୟାଗର ଗାଥା
ଅମାପ
ହେ ବୀରଶ୍ରେଷ୍ଠ
ତୁମେ ସଦା ଜାଗ୍ରତ
କଦାପି ନୁହଁ ବିବ୍ରତ
ଧୈର୍ଯ୍ୟ ବଳରେ
ତୁମେ ଶତ୍ରୁକୁ କରୁଛ ବିନାଶ
ଶତ୍ରୁକୁ ବିନାଶୁ ବିନା ଶୁ କରୁଛ
ପ୍ରାଣ ବିସର୍ଜିତ
ନିଜ ପରିବାର ଠାରୁ
ଦୂରେଇ ରହି
ସମସ୍ତଙ୍କୁ ନିଜର ଭାବିଜଗି ରହୁଛ ଅନବରତ
ସଲାମ କରୁଛି
ଏ ଜାତି ତୁମକୁ
ହୋଇ ନତମସ୍ତକ ଜୟଯବାନ ।