STORYMIRROR

Pinku Ranbida

Others

4  

Pinku Ranbida

Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
154

ପହେଲାଗଲି ଅଙ୍ଗନବାଡି ପଢି

ଡର୍ ଲାଗୁଥିଲା କେତେ,

ଧିରେ ଧିରେ କରି ହସି ଖେଲିକରି

ଅ,ଆ ଯାନ୍'ଲି ସତେ ।


ତାର୍ ପରେ ଯାଇଥିଲି ଇସ୍କୁଲ୍ ପଢି

ବହି,ବସ୍ତା ସିଲେଟ୍ ଧରି,

ସାର୍,ମେଡମ୍ ମାନଙ୍କୁ ମାହାନ୍ ଡରୁଥିଲି

ମତେ କାଣା କହିଦେବେ ବଲିକରି ।


ସବୁବେଲେ ମୁଇଁ ପଛେ ବସୁଥିଲି

ଖେଲ୍'କୁଦେ ମନ୍ ଦେଇଥିଲି,

ପଢାଲିଖା ମନ୍ ନାଇଁ ଲାଗୁଥିଲା

ଯେନ୍ତା ସେନ୍ତାକରି ପାସ୍ ହେଉଥିଲି ।


ସବୁଦିନେ କେତେ ଗାଲି ସୁନୁଥିଲି

ସାର୍,ମେଡେମ୍ ଠାନୁ,

ଘରେ ମାଡ୍'ଖାଇଁ ଖାଇଁ ହେଜା ବୁଡିଯାଏ

କାଏଜେ ସୁଇଁ ପଡୁଛୁ କହୁଥିଲେ ଏଛୁନୁ ।


ଦମ୍ ପୁରେଇକରି ଯାଉଥିଲି ପଢି

ମେଟ୍ରିକ୍ ପାସ୍ ହେଲେ ଯିମିକହି କଲେଜ୍,

କେତେ ଉସତ୍ ଲାଗବା ମତେ

ବଢବା କହିକରି ମୋର୍ ନଲେଜ୍ ।


ଦେଖୁନ୍ ଦେଖୁନ୍ କେନ୍ତା ସମିଆଁ ହଜିଗଲା

ପାଠ୍'ପଢା ମୋର୍ ସରିଗଲା,

ଛାତ୍ର ଜୀବନର୍ ଅଭୁଲା ସ୍ମୃତି

ଆଖି ଆଗେ ସବୁ ଝଲସିଗଲା ।


ଛାତ୍ର ଜୀବନ୍ ସବୁଠୁ ବଢିଆଁ ଆଏ

ସାଙ୍ଗ୍,ସାଥି କଥା ସୋର୍ ପଡେ,

ଦୁନିଆଁର୍ ହାଲଚାଲ୍ ଯାନ୍'ବାର୍ ଲାଗି

ପଢାଲିଖା ଦରକାର୍ ପଡେ ।


Rate this content
Log in